Explore

Search
Close this search box.

Search

January 14, 2026 12:52 am

ରାଜ୍ୟର ତିନୋଟି କୋର୍ଟରେ ବୋମା ଧମକ : ପ୍ରାଥମିକ ଯାଞ୍ଚ ପରେ ଧମକ ମିଛଥିବା ସ୍ପଷ୍ଟ ହେଲା ।

କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକ ପୂର୍ଣ୍ଣ ମେଲ । କଟକ, ସମ୍ବଲପୁର ଓ ଦେବଗଡ ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ମେଲ ଆସିବା ପରେ କୋର୍ଟ ପରିସରକୁ ତୁରନ୍ତ ଖାଲି କରିଦିଆଯିବା ସହ ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା ।

ଦେବଗଡ ୮/୧ – ଆଜି (ଗୁରୁବାର) ଏହି ମେଲ ଧମକ ମିଳିବା ପରେ ସମ୍ବଲପୁର, ଦେବଗଡ, କଟକ କୋର୍ଟ ପରିସରରେ ଆଣ୍ଟି ବମ୍‌ ସ୍କ୍ବାର୍ଡ ଦ୍ବାରା ଯାଞ୍ଚ ଆରମ୍ଭ ହୋଇଥିଲା । ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ପୋଲିସ ଡିଜିପିଙ୍କ ସହ କଥା ହୋଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତଦନ୍ତ କାର୍ଯ୍ୟରେ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ସୁପରଭିଜନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଡଗ ସ୍କ୍ୱାର୍ଡ ଏବଂ ଆବଶ୍ୟକୀୟ ଅଧିକାରୀଙ୍କୁ ମୁତାୟନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

ଦେବଗଡ ଜିଲ୍ଲାରେ ଏହି ଘଟଣା ପ୍ରଚାରିତ ହେବାପରେ ଏନେଇ ଜନସାଧାରଣରେ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା । କୋର୍ଟ ପରିସର ଜନଶୂନ୍ୟ ହୋଇପଡ଼ିଥିବା ବେଳେ, କୋର୍ଟ ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ି ଘରଦ୍ଵାର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ । କୋର୍ଟ ପରିସରକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ତେବେ ରାଜ୍ୟର ତିନୋଟି କୋର୍ଟରେ ହୋଇଥିବା ପ୍ରାଥମିକ ଯାଞ୍ଚ ରୁ ଏହା ମିଛ ବୋମା ଧମକ ଥିବା ସ୍ପଷ୍ଟ ହୋଇଛି । ଏଥିରେ ବ୍ଯସ୍ତ ବିବ୍ରତ ହେବାର ନାହିଁ । କେବଳ ରାଜ୍ଯ ନୁହେଁ, ଦେଶର ବିଭିନ୍ନ କୋର୍ଟ ଗୁଡିକୁ hoax mail ଯାଇଛି । କିନ୍ତୁ କିଏ କାହିଁକି ଏମିତି କରିଛି, ତାକୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏବେ ପୁଣିଥରେ କୋର୍ଟ ଗୁଡିକ ସ୍ୱାଭାବିକ ହେବାକୁ ଯାଉଛି ’ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer