Explore

Search
Close this search box.

Search

January 14, 2026 12:52 am

ଦେବଗଡ : କଣ୍ଟାପାଲି ପଞ୍ଚାୟତରେ ନୂତନ ମେଡିକାଲ୍ କୋଠା ନିର୍ମାଣ ପାଇଁ ଗ୍ରାମସଭା ଅନୁଷ୍ଠିତ ।

ବାରକୋଟ ବ୍ଲକ କଣ୍ଟାପାଲି ଠାରେ ହେବାକୁ ଥିବା ନୂଆଁ ମେଡିକାଲ୍ କୋଠା ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ ସକାଶେ ଆଜି କଣ୍ଟାପାଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।

ଦେବଗଡ ୧୩/୧ – ଆଜି (ମଙ୍ଗଳ ବାର) ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କଣ୍ଟାପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କଣ୍ଟାପାଲି ଠାରେ ପ୍ରସ୍ତାବିତ ନୂଆଁ ମେଡିକାଲ୍ କୋଠା ପାଇଁ ସ୍ଥାନ ନିରୂପଣ ସକାଶେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ବାରକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଗ୍ରାମସଭାରେ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ରାଜସ୍ବ ନିରୀକ୍ଷକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର କେଦାର ଧଳ, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସମେତ ବହୁସଂଖ୍ୟାରେ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ । ଏହି ସଭାରେ ନୂତନ ମେଡିକାଲ୍ କୋଠା ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ ଉପରେ ଆଲୋଚନା କରାଯାଇଛି ।

ଏହି ଅଞ୍ଚଳ ତଥା ଗୁଣ୍ଡେଇମରା, ଟୁସୁଳା, ଡିମିରିପଶି, କଣ୍ଟାପାଲି ଆଦି ଦଶଖଣ୍ଡ ଗ୍ରାମର କେନ୍ଦ୍ରସ୍ଥଳୀରେ ନୂତନ ମେଡିକାଲ୍ କୋଠା ନିର୍ମାଣ ପାଇଁ ଗ୍ରାମସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଯାଇଛି । ବାରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ପ୍ରସ୍ତାବ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer