Explore

Search
Close this search box.

Search

June 21, 2025 4:56 am

ଦେଶରେ କରୋନା ଗ୍ରାଫ ଉପରମୁହାଁ; ଦିନକରେ ଟପିଲା ୬ହଜାର – News18 ଓଡିଆ

News18 Odia Digital

Corona Update: ଦେଶରେ କରୋନା(Corona) ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬୦୫୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ପୂର୍ବ ଦିନ ମିଳିଥିବା ନୂଆ ମାମଲା ତୁଳନାରେ ଏହା ପ୍ରାୟ ୧୪ ପ୍ରତିଶତ ଅଧିକ। ଦେଶରେ କରୋନା ଯଥା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮,୩୦୩ କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଗୁରୁବାର ଦିନ ୧୯୫ ଦିନ ପରେ ଦେଶରେ ୫,୩୩୫ ଟି ନୂଆ କରୋନା ମାମଲା ଆସିଥିଲା।

୨୦୩ ଦିନ ପରେ, ଗୋଟିଏ ଦିନରେ ୬,୦୫୦ ନୂଆ କରୋନା ସଂକ୍ରମଣ ଭାରତରେ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ତିନି ଜଣ, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଦୁଇଜଣ ଏବଂ ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର ଏବଂ ପଞ୍ଜାବରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।  ଦେଶରେ ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫.୩୦ ଲକ୍ଷ ଅତିକ୍ରମ କରିଛି। ସଂକ୍ରମଣ ହେତୁ ମୃତ୍ୟୁର ସଂଶୋଧିତ ତାଲିକା ପ୍ରକାଶ କରିବାବେଳେ କେରଳ ଆଉ ଏକ ନାମ ଯୋଡିଛି।

ଗୁରୁବାର ଦେଶରେ ୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଉ ୧୩ ଜୀବନ ନେଲା ମହାମାରୀ। ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୩ ଓ ରାଜସ୍ଥାନରେ ୨ ଜଣଙ୍କର ଜୀବନ ଯାଇଛି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer