Explore

Search
Close this search box.

Search

June 21, 2025 10:54 am

ଦେବଗଡ଼ ପୌର ଉପ ନଗରପାଳଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜାଲ ଦସ୍ତଖତ ହୋଇଥିବା ଅଭିଯୋଗ , ୮ କାଉଁସିଲର ଙ୍କ ବିରୁଦ୍ଦରେ ଏତଲା ଦେଲେ ଉପ ନଗରପାଳ ପ୍ରଜିତ ଭୋଜ ।

ଦେବଗଡ଼ ପୌର ପରିଷଦର ଉପନଗରପାଳ ପ୍ରଜିତ ଭୋଜଙ୍କ ବିରୋଧରେ ଗତ ସେପ୍ଟେମ୍ବର ୫ ତାରିଖରେ ନିଜ ଦଳ ବିଜେପିର ୪ ଜଣଙ୍କ ସହ ବିଜେଡିର ୪ କାଉନସିଲର ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ ଦେଇଥିଲେ । ତେବେ ଅନାସ୍ଥା ଦରଖାସ୍ତ ସହ ସେହିଦିନ କାଉନସିଲ ରିଜଲ୍ୟୁସନର ନକଲ ଦିଆନଯାଇ ପରେ ଦିଆଯାଇଥିବା ଉପନଗରପାଳ ଶ୍ରୀ ଭୋଜ ଅଭିଯୋଗ କରିଛନ୍ତି।
ଅନାସ୍ଥା ଦରଖାସ୍ତ ପ୍ରଦାନ ପରେ ସଂପୃକ୍ତ ୮ ଜଣ କାଉନସିଲର ଅଜ୍ଞାତବାସରେ ଥିବା ବେଳେ ପରେ ଦାଖଲ କରାଯାଇଥିବା କାଉନସିଲ ରିଜଲ୍ୟୁସନରେ ଥିବା ଦସ୍ତଖତ କୁଆଡୁ ଅସଲି ହେଲା ବୋଲି ଶ୍ରୀ ଭୋଜ ପ୍ରଶ୍ନ କରିବା ସହ ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ତଦନ୍ତ କରି ଦେଇଥିବା ରିପୋର୍ଟରେ ବି ଜାଲ ଦସ୍ତଖତ କରାଯାଇଛି ବୋଲି ଶ୍ରୀ ଭୋଜ ଅଭିଯୋଗ କରିଛନ୍ତି । ଏ ନେଇ ସେ ଆଜି ବିଜେପିର କିଛି ନେତୃବୃନ୍ଦଙ୍କ ସହ ଦେବଗଡ଼ ଥାନାରେ ପହଞ୍ଚି ଜାଲ ଦସ୍ତଖତ ବଳରେ ୮ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଯୋଜନା କରୁଥିବା ଏତଲା ଦେଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏ ବାବସରେ ସେ ଦେବଗଡ଼ ଏସ୍‌ ପି ଙ୍କ ନିକଟରେ ବି ଅଭିଯୋଗ କରିଛନ୍ତି। ଏତଲା ଦେବା ସମୟରେ ବିଜେପି ନେତା ସୁଜିତ ପ୍ରଧାନ, ସତ୍ୟନାରାୟଣ ପାଣି, ସୁଧୀର କପରଦାର, କିଶୋର ଚନ୍ଦ୍ର ଦାସଙ୍କ ସହ ଅନ୍ୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ |

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer