Explore

Search
Close this search box.

Search

June 21, 2025 1:08 pm

ପୁଣି ଏକ ଟ୍ରେନ ଦୁର୍ଘଟଣା , ତାମିଲନାଡୁ ରାଜଧାନୀ ଚେନ୍ନାଇ ନିକଟରେ ମାଲବାହୀ ଟ୍ରେନକୁ ପିଟିଲା ବାଗମତି ଏକ୍ସପ୍ରେସ୍ ଟ୍ରେନ ।

ତାମିଲନାଡୁ ରାଜଧାନୀ ଚେନ୍ନାଇ ନିକଟରେ ମାଲବାହୀ ଟ୍ରେନକୁ ପିଟିଲା ବାଗମତି ଏକ୍ସପ୍ରେସ୍ ଟ୍ରେନ । ମହୀଶୁରରୁ ଦରଭଙ୍ଗା ଯାଉଥିବା ବାଗମତି ଏକ୍ସପ୍ରେସ୍ ତାମିଲନାଡୁ ସ୍ଥିତ କଭରପେଟ୍ଟାଇ ରେଲଓ୍ବେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ସହ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ତାମିଲନାଡୁ ଥିରୁଭାଲୁର ଜିଲ୍ଲାରେ ଏହି ରେଲଓ୍ବେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ପରେ ଦୁଇଟି ପାସେଞ୍ଜର ବଗି ଜଳିଯାଇଥିବା ସୂଚନା ରହିଛି । ଦୁର୍ଘଟଣା ପରେ ୬ ଟି ବଗି ଲାଇନଚ୍ୟୁତ ହୋଇଛି । ଚେନ୍ନାଇ କେନ୍ଦ୍ରୀୟ ରେଲଓ୍ବେ ଷ୍ଟେସନରୁ ବାହାରିବାକୁ ଥିବା ସମସ୍ତ ଟ୍ରେନ୍ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଟ୍ରେନ୍‌ରୁ ଧୂଆଁ ବାହାରୁଛି । ଟ୍ରେନରୁ ଯାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟା ରହିଛି । ମୃତାହାତଙ୍କ ସୂଚନା ମିଳିପାରିନାହିଁ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer