ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ଠାରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଇ- କେୱାଇସି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡାଙ୍କ ଆବାହନ କ୍ରମେ ସାଧାରଣ ବଣ୍ଟନର ବ୍ୟବସ୍ଥା ଇ- କେୱାଇସି କୁ ନେଇ ବୈଠକରେ ରାସନ୍ କାର୍ଡ ହିତାଧିକାରୀ ମାନଙ୍କର କେୱାଇସି ଯାଞ୍ଚ୍ ଓ ଗ୍ରାମ ପଞ୍ଚାୟତ ମାନଙ୍କରେ ପିଡିଏସ କ୍ୟାସବୁକ ଯାଞ୍ଚ୍, ପିଡିଏସ ଖାଦ୍ୟ ଶସ୍ୟ ର ଉଠାଣ ବଣ୍ଟନ, ପିଡିଏସ ଡିଲର ମାରକିଙ୍ଗ ପ୍ରଦାନ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା,ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ କେଦାରନାଥ ନାୟକ, ଭାରପ୍ରାପ୍ତ ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର, ତିନି ବ୍ଲକ୍ ର ଯୋଗାଣ ଅଧିକାରୀ, ବିଭିନ୍ନ ବିଭାଗ ର ଅଧିକାରୀ ଓ ଯୋଗାଣ ବିଭାଗର ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l



