Explore

Search
Close this search box.

Search

April 28, 2025 4:16 am

ଅବତରଣ ବେଳେ ବିମାନରେ ଲାଗିଲା ନିଆଁ , ଜଳିଗଲେ ୧୨୦ ଯାତ୍ରୀ । ଦକ୍ଷିଣ କୋରିଆରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା ।

ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା । ଅବତରଣ ବେଳେ ଇଞ୍ଜିନ ରେ ନିଆଁଲାଗି ଜଳିଗଲା ବିମାନ । ବିମାନରେ ଥିବା ୧୮୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨୦ ଜଣ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ସୂଚନା ।

ଦକ୍ଷିଣ କୋରିଆ ର ମୁଆନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟ ରେ ଲ୍ୟାଣ୍ଡିଂ କରିବା ବେଳେ ବିମାନରେ ନିଆଁ ଲାଗିବାରୁ ୧୨୦ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ବିମାନରେ ୧୮୧ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ବିମାନଟି ବ୍ୟାଙ୍ଗକକ ରୁ ଫେରୁଥିଲା ବେଳେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଦକ୍ଷିଣ କୋରିଆ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ , ପ୍ଲେନ୍ କ୍ରାସ ଯୋଗୁଁ ୧୨୦ ଜଣଙ୍କ ଜୀବନ ଯାଇଛି । ପ୍ରଥମେ ୨୮ ଜଣଙ୍କ ମୃତ୍ୟୁ ନେଇ ପ୍ରାଥମିକ ସୂଚନା ମିଳିଥିବାବେଳେ ତାହା ୬୨ କୁ ବୃଦ୍ଧି ପାଇଥିଲା । ପରବର୍ତ୍ତୀ ସମୟରେ ମୃତକଙ୍କ ସଂଖ୍ୟା ୮୫ ରେ ପହଞ୍ଚିଥିଲା । ବର୍ତ୍ତମାନସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ମୋଟ୍ ୧୨୦ ଜଣଙ୍କ ଜୀବନ ଚାଲିଯାଇଛି । ତେବେ କୋଉ କାରଣରୁ ବିମାନରେ ନିଆଁ ଲାଗିଲା ତାହାର ସଠିକ୍ ତଥ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer