Explore

Search
Close this search box.

Search

June 21, 2025 1:28 pm

ଦେବଗଡ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା ନିର୍ବାଚନ : ଅରୁଣ କୁମାର ସାହୁ ପୁଣିଥରେ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ।

ଦେବଗଡ ଜିଲ୍ଲାରେ ସଂଗଠନ ସଜାଡୁଛି ବିଜେପି । ଇତିମଧ୍ୟରେ ଦେବଗଡ ଜିଲ୍ଲା ଭାଜପା ସଭାପତିଙ୍କ ସମେତ ଦୁଇଜଣ ରାଜ୍ୟ ପରିଷଦ ସଦସ୍ୟ ଙ୍କ ନାମ ଘୋଷଣା କରାଯାଇଛି । 

ପୂର୍ବତନ ଜିଲ୍ଲା ସଭାପତି ଅରୁଣ କୁମାର ସାହୁ ଙ୍କୁ ପୁଣିଥରେ ସର୍ବସମ୍ମତି କ୍ରମେ ନିର୍ଦ୍ଵନ୍ଦରେ ଜିଲ୍ଲା ସଭାପତି ଭାବେ ନିର୍ବାଚିତ କରାଯାଇଥିବା ବେଳେ , ପୂର୍ବତନ ବିଧାୟକ ତଥା ବରିଷ୍ଠ ଭାଜପା ନେତା ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଦେବଗଡ ପୌର ଉପାଧ୍ୟକ୍ଷ ତଥା ଯୁବନେତା ପ୍ରଜିତ୍ ଭୋଜ ଙ୍କୁ ରାଜ୍ୟ ପରିଷଦ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏନେଇ ବିଦ୍ଧିବଦ୍ଧ ଦଳ ପକ୍ଷରୁ ଘୋଷଣା କରାଯାଇଛି । ନବ ନିର୍ବାଚିତ ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟଙ୍କୁ ଜିଲ୍ଲାର ସମସ୍ତ ଭାଜପା ନେତା ଓ କର୍ମୀ ପୁଷ୍ପମାଲ୍ୟ ଦେଇ ଅଭିନନ୍ଦନ ଜଣାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଜିଲ୍ଲା ସଭାପତି ଭାବେ ପୁର୍ନବାର ନିର୍ବାଚିତ ହୋଇଥିବା ଅରୁଣ କୁମାର ସାହୁ ଭାଜପା ଦଳର ଜଣେ ଅଭିଜ୍ଞ ଓ କର୍ତ୍ତବ୍ୟନିଷ୍ଠ ଯୁବନେତା । ଜିଲ୍ଲାରେ ଭାଜପା ର ସ୍ଥିତିକୁ ମଜଭୁତ କରିବା ଓ ଦଳକୁ ସଂଗଠିତ କରି ନିର୍ବାଚନ ପରିଚାଳନା କରିବାରେ ତାଙ୍କର ବିଶେଷ ଭୂମିକା ରହିଆସିଛି । ଅରୁଣଙ୍କ ନେତୃତ୍ୱ ଜିଲ୍ଲାରେ ଭାଜପାର ସ୍ଥିତିକୁ ବାଜାୟୀ ରଖିବାରେ ନିଶ୍ଚିତ ସହାୟକ ହେବ ବୋଲି ଭାଜପା କର୍ମୀ ଓ ସମର୍ଥକ ବେସ୍ ଆଶାବାଦୀ ଅଛନ୍ତି । ସେହିପରି ରାଜ୍ୟ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଥିବା ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ରାଜ୍ୟ ଭାଜପା ର ଏକ ଜଣାଶୁଣା ଚେହେରା। ବ୍ୟକ୍ତିଗତ ଭାବେ ସେ ଜଣେ ସରଳ ଓ ମେଳାପି   । ଏଥିପୂର୍ବରୁ ଦେବଗଡ ବିଧାନସଭା ଆସନରୁ ସେ ତିନିଥର ନିର୍ବାଚିତ ହୋଇ ଆସିଛନ୍ତି । ଗତ ୨୦୨୪ ବିଧାନସଭା ନିର୍ବାଚନରେ ସେ ପରାଜୟ ବରଣ କରିଛନ୍ତି ସତ , ହେଲେ ତାଙ୍କର ଲୋକପ୍ରିୟତା ଏବେଶୁଦ୍ଧା ଅକ୍ଷୁର୍ଣ୍ଣ ରହିଛି । ତାଙ୍କ ପ୍ରତି ରାଜ୍ୟ ନେତୃବର୍ଗଙ୍କ ମଧ୍ୟ ଯଥେଷ୍ଟ ସୁସମ୍ପର୍କ ଓ ସମର୍ଥନ ରହିଛି । ତାଙ୍କର ବହୁବର୍ଷର ଦକ୍ଷତା ଓ ଅଭିଜ୍ଞତା ଭାଜପା ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି । ରାଜ୍ୟ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଥିବା ଦେବାଗଡ ପୌର ଉପାଧ୍ୟକ୍ଷ ପ୍ରଜିତ୍ କୁମାର ଭୋଜ ଜିଲ୍ଲା ଭାଜପା ର ଜଣେ ଉଦୀୟମାନ ଯୁବନେତା ଭାବେ ବେସ୍ ଖ୍ୟାତି ଅର୍ଜନ କରିଛନ୍ତି । ଯୁବଗୋଷ୍ଠୀ ଙ୍କୁ ଏକତ୍ରିତ କରି ଦଳୀୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସେ ବେସ୍ ପାରଙ୍ଗମ । ଖୁବ୍ ଅଳ୍ପ ସମୟରେ ଭାଜପା ରେ ସେ ତାଙ୍କର ଦକ୍ଷତା ପ୍ରତିପାଦିତ କରିବାରେ ସଫଳ ହୋଇପାରିଛନ୍ତି ।

ଦକ୍ଷତା ଓ ଅଭିଜ୍ଞତା ଆଧାରରେ ଉପରୋକ୍ତ କାର୍ଯ୍ୟକର୍ତ୍ତା ନିର୍ବାଚିତ କରାଯାଇଥିବାରୁ ଭାଜପା କର୍ମୀ ଓ ସମର୍ଥାକଙ୍କ ମଧ୍ୟରେ ନୂତନ ଉତ୍ସାହ ଦେଖିବାକୁ ମିଳିଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer