ଆଜି ୯ ତାରିଖ (ରବିବାର) ଦେବଗଡ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ନଗର ମଣ୍ଡଳ ତରଫରୁ ନୂତନ ନଗର ମଣ୍ଡଳ ସଭାପତି ରାଜେନ୍ଦ୍ର ଆଚାର୍ଯ୍ୟ ଓ ନୂତନ ଜିଲ୍ଲା ସଭାପତି ଅରୁଣ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l
ଏହି ଉତ୍ସବରେ ଜିଲ୍ଲା ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ,୧୦ ନମ୍ବର ୱାର୍ଡ ର ୱାର୍ଡମେମ୍ବର ଇତିଶ୍ରୀ ମିଶ୍ର , ୯ ନମ୍ବର ୱାର୍ଡ ର ୱାର୍ଡ ମେମ୍ବର ସରୋଜିନୀ ମୁଣ୍ଡା, ୮ ନମ୍ବର ୱାର୍ଡ ର ୱାର୍ଡମେମ୍ବର ମଧୁସୂଦନ ବାଘ ଙ୍କ ସମେତ ଦଳର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଯୁବନେତା ଉପସ୍ଥିତ ଥିଲେ l ବିଜେପି ପକ୍ଷରୁ ନବ ନିର୍ବାଚିତ ଜିଲ୍ଲା ସଭାପତି ଶ୍ରୀ ସାହୁ ଓ ନଗର ମଣ୍ଡଳ ସଭାପତି ଶ୍ରୀ ଆଚାର୍ଯ୍ୟଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ଓ ନେତୃବର୍ଗ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବିଜେପି ସରକାର ଗତକାଲି ଦିଲ୍ଲୀ ବିଧାନସଭା ଆସନରେ ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟୀ ହୋଇଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତା ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ସାହାଙ୍କୁ ଅଭିନନ୍ଦନ ଜଣାଇବା ସହ ଖୁସି ମନାଇଥିଲେ । ଏହି ଅବସରରେ ବିଜେପି ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଦେବଗଡ ପୌରାଞ୍ଚଳରେ ବିଜେପିର ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।
