Explore

Search
Close this search box.

Search

April 17, 2026 6:38 pm

ଦଶଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଯୁବ IAS ଅଫିସର ।

ଦଶଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଯୁବ IAS ଅଫିସର । ରେଡ ହ୍ୟାଣ୍ଡେଡରେ ୧୦ ଲକ୍ଷ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡିଲେ କଳାହାଣ୍ଡି ଧର୍ମଗଡ ଉପ-ଜିଲ୍ଲାପାଳ ଧିମନ ଚକମା । ତାଙ୍କ ସରକାରୀ ବାସଭବନରୁ ମିଳିଲା ପୁଳାପୁଳା ଟଙ୍କା ।

୨୦୨୧ ମସିହା ବ୍ୟାଚର ଆଇଏଏସ ଅଫିସର ଧିମନ ଚକମାଙ୍କ ଘରେ ଏତେ ପରିମାଣର ଟଙ୍କା ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍ସ ଟିମ୍ । ତାଙ୍କ ଘରୁ ମିଳିଛି ନଗଦ ୪୭ ଲକ୍ଷ ଟଙ୍କା ସମେତ ଅନେକ ଗହଣା ଓ ଦାମୀ ଜିନିଷ ।
ଭିଜିଲାନ୍ସ ପକ୍ଷରୁ କେସ‌ ନମ୍ବର ୬/୨୫ରେ ପିସି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଜଣେ ୨୦୨୧ ବ୍ୟାଚର IAS ଅଫିସର ଟ୍ରେନିଂ ପରେ ତାଲିମ ନେଇ କାର୍ଯ୍ୟରେ ଯୋଗଦେଇଥିଲେ । ତାଙ୍କ କାର୍ଯ୍ୟକାଳ ଆରମ୍ଭରୁ ଏଭଳି ଲାଞ୍ଚ ନେଇ ଧରାପଡ଼ିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ଅନୁଯାୟୀ, ଜଣେ କ୍ରସର ମାଲିକଙ୍କ ଠାରୁ ସେ ଲାଞ୍ଚ ଟଙ୍କା ନେଉଥିଲେ । ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ, ଆଉ କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer