Explore

Search
Close this search box.

Search

April 17, 2026 3:37 pm

ଆରବ ସାଗରରେ ଘନୀଭୂତ ହୋଇ ଭୀଷଣ ରୂପ ନେବାର ଲାଗିଛି ବାତ୍ୟା ଶକ୍ତି । ଉପକୂଳ ଜିଲ୍ଲା ଗୁଡ଼ିକରେ ହାଇ ଆଲର୍ଟ ଜାରିକରିଛି ପାଣିପାଗ ବିଭାଗ ।

ମାଡ଼ି ଆସୁଛି ବାତ୍ୟା ‘ଶକ୍ତି’। ଆରବ ସାଗରରେ ବାତ୍ୟା ‘ଶକ୍ତି’ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହାର ବିପଦକୁ ଦୃଷ୍ଟିରେ ରଖି ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ (IMD)। ଘୂର୍ଣ୍ଣିଝଡ଼ର ତୀବ୍ରତାକୁ ଦୃଷ୍ଟିରେ ରଖି ଉପକୂଳ ଜିଲ୍ଲା ଗୁଡ଼ିକ ହାଇଆଲର୍ଟ କରାଯାଇଛି। ଏହା ନାଲିୟା ଠାରୁ ୨୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଛି। ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ରୁ ୧୨ କିଲୋମିଟର ବେଗରେ ଗତି କରୁଛି। ପବନର ବେଗ ଘଣ୍ଟା ପ୍ରତି ୬୫ କିମି ରହିଥିବା ଜଣାଯାଇଛି। ଗୁଜରାଟ-ମହାରାଷ୍ଟ୍ର ଉପକୂଳରେ ଝଡ଼ ସାଙ୍ଗକୁ ସମୁଦ୍ର ଅଶାନ୍ତ ରହିଛି । ମତ୍ସ୍ୟଜୀବୀ ମାନେ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଗର୍ଭକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏହି ବାତ୍ୟା ‘ଶକ୍ତି’ ର ନାମକରଣ କରିଛି ଶ୍ରୀଲଙ୍କା । ଚଳିତ ବର୍ଷ ବାତ୍ୟା ଋତୁରେ ଏହା ହେଉଛି ପ୍ରଥମ ବାତ୍ୟା ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer