Explore

Search
Close this search box.

Search

April 17, 2026 5:06 pm

ଆସନ୍ତା କାଲି ଜାନୁଆରୀ ୨୮ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଲା ନବନିର୍ମାଣ କୃଷକ ସଂଗଠନ ।

ଆସନ୍ତା କାଲି ଜାନୁୟାରୀ ୨୮ ରେ ଓଡ଼ିଶା ବନ୍ଦ । ଓଡ଼ିଶା ବନ୍ଦ ଆନ୍ଦୋଳନ ଡ଼ାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନମଣ୍ଡି ଓ ଧାନବିକ୍ରିରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ନାଁରେ ଲୋକଙ୍କ ଠାରୁ ହଜାର ହଜାର ଟଙ୍କାର ଫାଇନ ଆଦାୟ, ବିଜୁଳି ସ୍ମାର୍ଟ ମିଟର ପ୍ରଚଳନ ନାଁରେ ଲୁଟ୍ ଓ କୃଷି ମନ୍ତ୍ରୀଙ୍କ ଗୁଣ୍ଡାଙ୍କ ଦ୍ବାରା ଆକ୍ରମଣର ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ ।

ଭୁବନେଶ୍ୱର ୨୭/୧ – ଆସନ୍ତା କାଲି ଜାନୁଆରୀ ୨୮ ତାରିଖ ଦିନ ସକାଳ ୬ ଟା ରୁ ଦିନ ୨ ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ରହିବ । ଏହି ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ଏହାକୁ ସମର୍ଥନ ଦେଇଛି ପ୍ରଦେଶ କଂଗ୍ରେସ ।

ସୂଚନା ଅନୁଯାୟୀ,ଚାଳିତ ବର୍ଷ ଧାନ ବିକ୍ରି ପାଇଁ ଚାଷୀ ଏପର୍ଯ୍ୟନ୍ତ ଟୋକନ୍ ପାଇ ନାହାଁନ୍ତି । ଟୋକନ୍ ଥିଲେ ମଧ୍ୟ ୪୦ କ୍ଵିଣ୍ଟାଲ ବଦଳରେ ୧୦/୨୦ କ୍ଵିଣ୍ଟାଲ ଧାନ ବିକ୍ରି କରି ହେଉଛି । FAQ ନାଁ ରେ କଟଣୀ ଛଟଣି ଚାଲିଛି । ଅନ୍ୟପଟେ ଚାଷୀଙ୍କ ଠାରୁ ମାତ୍ର ୧୫୦ କ୍ୱିଣ୍ଟାଲ ଧାନ ୩୧୦୦ ଟଙ୍କାରେ କିଣା ଯିବ ବାକି ଧାନକୁ ଚାଷୀ ବାହାର ବଜାରରେ ବିକ୍ରି କରିବେ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ଏହା ସହ ସରକାର ବିଭିନ୍ନ କମ୍ପାନୀ ଉପରେ ବାକି ଥିବା ୩ ହଜାର ୯୬୬ କୋଟି ଟଙ୍କା ଆଦାୟ କରି ପାରୁନାହାଁନ୍ତି । ତେଣୁ ଖଣି କମ୍ପାନୀ ଉପରେ ପାଞ୍ଚ ବର୍ଷରେ ପଡ଼ିଥିବା ବକେୟା ଟଙ୍କା ଆଦାୟ କରି ପାରୁନାହାଁନ୍ତି । ହେଲେ ସାଧାରଣ ଲୋକଙ୍କ ଠାରୁ ପ୍ରଦୂଷଣ ସାର୍ଟିଫିକେଟ ନାଁରେ କାହିଁକି ଶୋଷଣ କରାଯାଉଛି ? ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି । ବିଜେପିର ଡବଲ ଇଞ୍ଜିନି ସରକାର ଗତ ନିର୍ବାଚନରେ ଘୋଷଣା କରିଥିବା ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଯୋଗାଇ ଦିଆଯାଉ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି । ନିକଟରେ କୃଷି ମନ୍ତ୍ରୀଙ୍କ ଉପସ୍ଥିତିରେ କୃଷକ ମାନଙ୍କ ଉପରେ ଆକ୍ରମଣ କରାଯାଇଥିବା ନେଇ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହି ସବୁ ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ଆସନ୍ତା କାଲି ୨୮ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏହି ଆନ୍ଦୋଳନକୁ ପ୍ରଦେଶ କଂଗ୍ରେସ ମଧ୍ୟ ସମର୍ଥନ ଦେଇଥିବା ଜଣାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer