Explore

Search
Close this search box.

Search

April 17, 2026 3:36 pm

ପ୍ରକାଶ ପାଇଲା OTET 2026 ପରୀକ୍ଷା ଫଳ ।

ଆଜି (ଗୁରୁବାର) ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ପ୍ରକାଶ ପାଇଛି OTET ପରୀକ୍ଷା ଫଳ । ପ୍ରଥମ ପେପରରେ ୭୧.୧୬ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଦ୍ବିତୀୟ ପେପରରେ ୬୮.୦୬ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ଭୁବନେଶ୍ୱର ୧୨/୨ – ଆଜି (ଗୁରୁବାର) ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ପ୍ରକାଶ ପାଇଛି OTET ପରୀକ୍ଷା ଫଳ ।
ମୋଟ ୧ ଲକ୍ଷ ୬୦ ହଜାର ୪୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ବେଳେ ପ୍ରାୟ ୧ ଲକ୍ଷ ୫୩ ହଜାର ୭୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୬ ହଜାର ୬ ଶହ ୭୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦିନ ଅନୁପସ୍ଥିତ ଥିଲେ । ସମୁଦାୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୬ ହଜାର ୪୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ତେବେ ମୋଟ ପାସ ହାର ୭୮.୯୭ ପ୍ରତିଶତ ରହିଛି ।
କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମାନେ ବୋର୍ଡ ୱେବ ସାଇଟ୍www.bseodisha.ac.in ରେ ସେମାନଙ୍କ ଫଳଫଳ ଜାଣି ପାରିବେ ଏବଂ ସେମାନଙ୍କ ସାର୍ଟିଫିକେଟ ମଧ୍ୟ ନିର୍ଦ୍ଧାରିତ ଫି ପୈଠ କରି ୱେବ ସାଇଟରୁ ଡାଉନଲୋଡ଼ କରିପାରିବେ ।

ତେବେ ଯେଉଁ ପରୀକ୍ଷାର୍ଥୀମାନେ କୃତକାର୍ଯ୍ୟ ହୋଇପାରି ନାହାଁନ୍ତି, ସେମାନେ ସେମାନଙ୍କ OMR ଉତ୍ତର କପି ଏହି ୱେବ୍ସସାଇଟରୁ ଡାଉନ ଲୋଡ଼ କରି ପାରିବେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer