Explore

Search
Close this search box.

Search

April 17, 2026 4:51 pm

ଦେବଗଡ଼ ଜିଲ୍ଲା ବିଜେଡିର ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ।

ଆଜି ( ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ) ଠାରୁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ କଣ୍ଢଳ ଗ୍ରାମରୁ ଜିଲ୍ଲା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି ।

ଜିଲ୍ଲା ବିଜେଡ଼ି ସଭାପତି ଚିତ୍ତ ରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ବିଧାୟକ ରୋମଞ୍ଚ ରଞ୍ଜନ ବିଶ୍ବାଳ  ଯୋଗଦେଇ  ବିଜେଡ଼ି  ସରକାର ସମୟରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ଏବଂ ବର୍ତ୍ତମାନ ସରକାରଙ୍କ ଅପାରଗତାକୁ ନେଇ ଲୋକଙ୍କୁ ସଚେତନ କରାଇ ଥିଲେ । ଏଥିସହ କ୍ଷମତାକୁ ଆସିବାର ତିନି ମାସରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଅଦ୍ୟାବଧି ନିର୍ବାଚନୀ ପ୍ରତିଶ୍ରୁତି ପାଳନ ନିମନ୍ତେ ସରକାର ଆନ୍ତରିକତା ଦେଖାଉ ନାହାନ୍ତି । ନିର୍ବାଚନ ପୂର୍ବର ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ନୂଆ ସରକାର ବନ୍ଦ କରିଛନ୍ତି। ଗରିବ ହିତାଧିକାରୀ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି। ସୁଭଦ୍ରା ଯୋଜନାର ପ୍ରତାରଣ ସବୁ ସୀମା ଟପି ଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ରୋଷ ରହିଛି। ଏହାକୁ ଜିଲ୍ଲା ବିଜେଡି ତୃଣମୂଳସ୍ତରରେ ପହଞ୍ଚାଇବ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ ଏଠାରେ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭରେ କଣ୍ଢଳ କଲେଜ ଛକ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ମାଲ୍ୟାର୍ପଣ କରିବା ପରେ ପଦଯାତ୍ରା ର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ପରେ ପଦଯାତ୍ରା ଗାଁ ପରିକ୍ରମା କରିଥିଲା । ଏଥିରେ ବିଧାୟକ ଶ୍ରୀ ବିଶ୍ୱାଳ, ଜିଲ୍ଲା ସଭାପତି ଶ୍ରୀ ପ୍ରଧାନଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ , ଉପାଧ୍ୟକ୍ଷା ବର୍ଷା ରାଣୀ ମୁଣ୍ଡା ,ବାରକୋଟ ବ୍ଳକ ଅଧକ୍ଷା ପୁଷ୍ପାଞ୍ଜଳି ପାତ୍ର  , ରିଆମାଳ ବ୍ଳକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ପୂର୍ବତନ ପୋୖର ଅଧ୍ୟକ୍ଷା ଅନିତା ପାତ୍ର , ପାର୍ବତୀ ସାହୁ ,ସୁଜାତା ପ୍ରଧାନ ବରକୋଟ ବ୍ଳକ ସଭାପତି ହୀରାଲାଲ ସାହୁ , ମହିଳା ସଭାନେତ୍ରୀ ଆରୁଣୀ ପ୍ରଧାନ ,  ଜିଲ୍ଲା ଯୁବ ସଭାପତି ପ୍ରତାପ ଦେଵ , ଛାତ୍ର ସଭାପତି ଭବାନୀ ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer