Explore

Search
Close this search box.

Search

April 17, 2026 4:57 pm

ବଦଳିବ ନବମ-ଦଶମ ଛାତ୍ରଛାତ୍ରୀଙ୍କ ପୋଷକ ଡିଜାଇନ ଓ ରଙ୍ଗ ।

ବଦଳିବ ନବମ-ଦଶମ ଛାତ୍ରଛାତ୍ରୀଙ୍କ ପୋଷକ ଡିଜାଇନ ଓ ରଙ୍ଗ । ସବୁଜ ବଦଳରେ ମରୁନ ଓ ହାଲୁକା ବାଦାମୀ ରଙ୍ଗର ଡ୍ରେସ ପିନ୍ଧିବେ ଛାତ୍ରଛାତ୍ରୀ । ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ଯୋଗାଇ ଦିଆଯିବ ଡ୍ରେସ । ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

,୨୦୨୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୂର୍ବ ବିଜେଡି ଶାସନ ଦ୍ୱାରା ଆରମ୍ଭ ହୋଇଥିବା ୟୁନିଫର୍ମର ସବୁଜ ରଙ୍ଗ ବର୍ତ୍ତମାନ ହାଲୁକା ବାଦାମୀ ଏବଂ ମାରୁନରେ ପରିବର୍ତ୍ତିତ ହେବ।  ପୁଅମାନେ ଚେକେଡ୍ ହାଲୁକା ବ୍ରାଉନ୍ ସାର୍ଟ ଏବଂ ମରୁନ୍ ପ୍ୟାଣ୍ଟ ପିନ୍ଧିବା ବେଳେ ଝିଅମାନେ ମାରୁନ୍ ଜ୍ୟାକେଟ୍ ଏବଂ ସାଲୱାର ସହିତ ଚେକେଡ୍ କୁର୍ତ୍ତା ପିନ୍ଧିବେ |

ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ସରକାର ପରିବର୍ତ୍ତନ ହେବା ପରେ ଏକାଧିକ ଯୋଜନା ଓ କାର୍ଯ୍ୟକ୍ରମର ରଙ୍ଗ ମଧ୍ୟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି । ‘ମୋ ବସ’ର ରଙ୍ଗ ପରିବର୍ତ୍ତନ କରାଯାଇ ନାରାଙ୍ଗୀ ହେବା ପରେ ଏବେ ସ୍କୁଲ ପିଲାଙ୍କ ଡ୍ରେସକୋଡର ରଙ୍ଗ ମଧ୍ୟ ପରିବର୍ତ୍ତନ କରିଛନ୍ତି ମୋହନ ମାଝୀ ସରକାର । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ଡିଜାଇନ ଓ ରଙ୍ଗ ବଦଳିଛି । ଏଣିକି ସବୁଜ ବଦଳରେ ମରୁନ (ଖଇରିଆ) ଓ ହାଲୁକା ବାଦାମୀ ରଙ୍ଗର ଡ୍ରେସ ପିନ୍ଧିବେ ଛାତ୍ରଛାତ୍ରୀ । ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ରେ ଛାତ୍ରଛାତ୍ରୀଙ୍କୁ ନୂତନ ଡ୍ରେସ୍ ଯୋଗାଇ ଦିଆଯିବ । ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ଏହି ନୂଆ ଡ୍ରେସକୋଡ ବଣ୍ଟାଯିବା ନେଇ ନିଷ୍ପତ୍ତି ହୋଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer