Explore

Search
Close this search box.

Search

April 23, 2026 4:11 pm

ଦେବଗଡ : ଏକାଦଶ କୃଷି ଗଣନା ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ସମନ୍ଵୟ ବୈଠକ ଅନୁଷ୍ଠିତ ।

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୁଲ୍ୟରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସମନ୍ଵୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଦଶ କୃଷି ଗଣନା ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ଜିଲ୍ଲାପାଳ ଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଉପନିର୍ଦେଶକ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ର ରାମସେବକ୍ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଜିଲ୍ଲାରେ ଏକାଦଶ କୃଷି ଗଣନା ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆଲୋକପାତ କରିଥିଲେ ।ଏହି ଗଣନା ରେ ଜିଲ୍ଲାର କୃଷି ବିଭାଗର କର୍ମଚାରୀ ଏବଂ ପରିସଂଖ୍ୟାନ ବିଭାଗର ସର୍ବେୟର ମାନେ ସାମିଲ ହୋଇଥିଲେ ।ଏବଂ ଜିଲ୍ଲାର ୨୦ ଶତକଡା ରାଜସ୍ବ ଗ୍ରାମରେ ଏହି ଗଣନା କରାଯାଇଥିଲା। ସେହିପରି ଏହି ଗଣନା କାର୍ଯ୍ୟରେ ଜମିର ମାଲିକାନା ,ଜମିର ଆକାର,ପ୍ରକାର, କ୍ଷୁଦ୍ର ଚାଷୀ, ମଧ୍ୟମ ଚାଷୀ ଓ ବୃହତ୍ ଚାଷୀ,ଇତ୍ୟାଦି ତଥ୍ୟ ସଂଗ୍ରହ କରାଯାଇଛି।

ଏହି ବୈଠକରେ ଭାରପ୍ରାପ୍ତ ଡି.ଆର୍. ସି.ଏସ ସଚ୍ଚିଦାନନ୍ଦ ଜେନା,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼କ୍ଟର ବିଜୟ କୁମାର ପାତ୍ର, ଡି .ଆଇ .ଓ. ଏମ ଆର୍ ଶୁଭମ୍ , ସ୍ୱ ନିର୍ଦ୍ଦେଶକ ସହକାରୀ ଭରତ ଚନ୍ଦ୍ର ସୁନଢ଼ି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer