BIG BREAKING :
ଚନ୍ଦ୍ରପୁରମ୍ ପୋନୁସାମୀ ରାଧାକ୍ରିଷ୍ଣନ, ଦେଶର 14ତମ ଉପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଅବସରପ୍ରାପ୍ତ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି। ତାଙ୍କୁ 452 ଭୋଟ୍ ମିଳିଛି। ସେହିପରି ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ 300 ଭୋଟ୍ ମିଳିଛି ।
ରାଧାକ୍ରିଷ୍ଣନ 31 ଜୁଲାଇ 2024ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ମହାରାଷ୍ଟ୍ରର ରାଜ୍ୟପାଳ ହେବା ପୂର୍ବରୁ ସେ ପ୍ରାୟ ଦେଢ଼ ବର୍ଷ ଧରି ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ଝାଡ଼ଖଣ୍ଡର ରାଜ୍ୟପାଳ ହେବା ପୂର୍ବରୁ, ସେ 2004ରୁ 2007 ମଧ୍ୟରେ ତାମିଲନାଡୁରେ ବିଜେପିର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ।



