Explore

Search
Close this search box.

Search

April 17, 2026 3:46 pm

E20 ଇନ୍ଧନ ପଲିସି : ପରିବେଶ ସୁରକ୍ଷା ସହିତ କୃଷକଙ୍କ ପାଇଁ ସୃଷ୍ଟି କରିବ ନୂଆ ସୁଯୋଗ ।

E20 ପଲିସି ଦେଶ ପାଇଁ energy security, ପରିବେଶ ସୁରକ୍ଷା ଓ କୃଷି କ୍ଷେତ୍ରରେ ସୃଷ୍ଟି କରିବ ବଡ଼ ସୁଯୋଗ । କିନ୍ତୁ ଏହାର ସଠିକ୍ ପ୍ରୟୋଗ ପାଇଁ ନୂତନ engine technology, ethanol production infrastructure ଓ food security ସୁନିଶ୍ଚିତ କରିବା ଆବଶ୍ୟକତା ରହିଛି ।

ଦେବଗଡ ୧୪/୯(ସରୋଜ ଶତପଥୀ) – ଭାରତ ସରକାର ଦେଶର ତେଲ ଆମଦାନି ଉପରେ ନିର୍ଭରଶୀଳତା କମାଇବା, ପରିବେଶକୁ ସୁରକ୍ଷା କରିବା ଓ କୃଷକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ E 20 ପଲିସି ଆରମ୍ଭ କରିଛନ୍ତି। ଏହି ନୂଆ ପ୍ରଣାଳୀ ଅନୁଯାୟୀ, ପେଟ୍ରୋଲରେ 20% Ethanol ଓ 80% Petrol ମିଶାଇ ଗାଡ଼ି ପାଇଁ ଇନ୍ଧନ ତିଆରି କରାଯାଉଛି। Ethanol ହେଉଛି ଧାନ, ଗହମ, ମଣ୍ଡିଆ, ମକା ପରି କୃଷି ଜାତୀୟ ପଦାର୍ଥରୁ ତିଆରି ହୋଇଥିବା ଏକ ପ୍ରାକୃତିକ ଇନ୍ଧନ। ବର୍ତ୍ତମାନ ଦେଶର କିଛି ବଡ଼ ସହରରେ E 20 ଇନ୍ଧନ ପାଇଲଟ୍ ପ୍ରୋଜେକ୍ଟ ଭିତ୍ତିରେ ଉପଲବ୍ଧ କରାଯାଇଛି ଓ ଚଳିତ ବର୍ଷ 2025 ଶେଷ ସୁଦ୍ଧା ସମସ୍ତ ପେଟ୍ରୋଲ୍ ପମ୍ପରେ ଏହା ଉପଲବ୍ଧ କରିବାକୁ କେନ୍ଦ୍ର ସରକାର ଲକ୍ଷ ରଖିଛନ୍ତି ।
E 20 ପଲିସିରେ ଦେଶର କ୍ରୁଡ଼ ଆମଦାନି କମିବ, ପରିବେଶ ପ୍ରଦୂଷଣ ହ୍ରାସ ପାଇବ, କୃଷକଙ୍କ Ethanol ଉତ୍ପାଦନରୁ ଆୟ ବୃଦ୍ଧି ପାଇବା ସହିତ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଆଗକୁ ବଢ଼ାଇବ।

ତେବେ ଏଥିରେ ରହିଛି କିଛି ଚ୍ୟାଲେଞ୍ଜ । ପୁରୁଣା ଗାଡ଼ିଗୁଡ଼ିକ E20 compatible ନୁହେଁ। ସେଥିପାଇଁ Engine corrosion, damage ଓ fuel efficiency କମିବାର ଆଶଙ୍କା ରହିଛି। Ethanolର energy petrol ଠାରୁ କମ୍ ଥିବାରୁ mileage ମଧ୍ୟ କମିପାରେ। ଏଥିସହିତ Ethanol ଧାନ, ଗହମ, ମକା, ମାଣ୍ଡିଆ, ଆଖୁ ଭଳି କୃଷି ଜାତୀୟ ପଦାର୍ଥରୁ ତିଆରି ହୁଏ। ଏହାର ଚାହିଦା ବଢ଼ିଲେ Food vs Fuel ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଖାଦ୍ୟ ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ହେବା ଆଶଙ୍କା ସୃଷ୍ଟି କରିଛି । ଯାହାକି ଏକ ଚିନ୍ତାର ବିଷୟ ହୋଇଛି ।
ସେଥିପାଇଁ, ବିଶେଷଜ୍ଞମାନଙ୍କ କହିବା ଅନୁସାରେ, E20 ପଲିସି ପରିବେଶ ଓ energy security ପାଇଁ ଉପକାରୀ ହେଲେମଧ୍ୟ engine technology, food security, ethanol production ଓ storage system ଆଦି ସମସ୍ୟାର ସମାଧାନ କରିବାକୁ ପଡ଼ିବ।

ଆସନ୍ତୁ ଜାଣିବା କେଉଁ ଦେଶ ଏହି E20 ପଲିସି କୁ କିଭଳି ପ୍ରୟୋଗ କରିଛନ୍ତି ?

ବ୍ରାଜିଲ୍ (Brazil) 1970 ଦଶକରୁ Ethanol blending କୁ ସଫଳତାର ସହିତ ପ୍ରୟୋଗ କରିଛି। ସେଠାରେ Flex-fuel vehicles ବ୍ୟବହାର ହେଉଛି ଯାହା Petrol କିମ୍ବା Ethanol – ଯେକୌଣସି fuel ରେ ସୁବିଧାଜନକ ଭାବେ କାମ କରେ। Ethanol production ପାଇଁ sugarcane residue, biomass ପରି non-food sources ବ୍ୟବହାର କରାଯାଉଛି, ଯାହା food vs fuel conflict କୁ ହ୍ରାସ କରିଛି।

ଯୁକ୍ତରାଷ୍ଟ୍ର ଆମେରିକା (USA) ରେ E10, E15, E20, E85 fuel ପର୍ଯ୍ୟନ୍ତ ବ୍ୟବହାର ହୁଏ। ସେଠାରେ storage ଓ transport system advanced technology ଉପରେ ନିର୍ଭର, corrosion-resistant pipeline ଓ tank ବ୍ୟବହାର କରାଯାଉଛି। Fuel efficiency loss କମାଇବାକୁ ଉନ୍ନତ ମାନର engine technology ବ୍ୟବହାର କରାଯାଇଛି।

ଭାରତ ସରକାର 2025 ଶେଷ ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ୍ ପମ୍ପରେ ଇ20 Ethanol Blended Fuel ଉପଲବ୍ଧ କରାଇବାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ, ଏହି ପଲିସିରେ କିଛି ଚ୍ୟାଲେଞ୍ଜ୍ ରହିଥିବାରୁ ଅନ୍ୟ ଦେଶର ଅନୁଭବକୁ ଆମକୁ ଅନୁସରଣ କରିବା ନିତାନ୍ତ ଆବଶ୍ୟକ ମନେହେଉଛି ।

ତଥାପି ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ, ସଠିକ୍ ପ୍ରୟୋଗ ଓ ନୂଆ Engine Technology ବ୍ୟବହାର କଲେ E 20 ପଲିସି ଦେଶକୁ ସ୍ୱଦେଶୀ ଶକ୍ତିରେ ଆଗକୁ ନେବା ସହିତ ଆତ୍ମନିର୍ଭର ଭାରତ ଓ ପରିବେଶ ସୁରକ୍ଷାରେ ବଡ଼ ଭୂମିକା ଗ୍ରହଣ କରିବ, ଏଥିରେ ସନ୍ଦେହ ନାହିଁ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer