Explore

Search
Close this search box.

Search

April 17, 2026 3:40 pm

ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ହିଂସା , ୧୪ ମାସରେ ବିଭିନ୍ନ ଥାନାରେ ରୁଜୁ ହେଲାଣି ୩୭ ହଜାର ୬୧୧ ଟି ମାମଲା ।

ରାଜ୍ୟରେ ଗତ ୧୪ ମାସରେ ବିଭିନ୍ନ ଥାନାରେ ରୁଜୁ ହେଲାଣି ୩୭ ହଜାର ୬୧୧ ଟି ମାମଲା । ସେଥି ମଧ୍ଯରୁ ୯୧୮୧ ଅସଦାଚରଣ, ୨୯୩୩ ଟି ଦୁଷ୍କର୍ମ, ୧୨୭୮ ଟି ଯୌନ ନିର୍ଯାତନା ଓ ୫୪୬୪ ଟି ଯୌତୁକ ନିର୍ଯାତନା ଭଳି ମାମଲା ରୁଜୁ ହୋଇଛି।

ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ନେଇ ବିଧାନସଭାରେ ଉଠିଲା ପ୍ରସଙ୍ଗ । ରାଜ୍ୟରେ କ୍ରମାଗତ ଭାବେ ବଢିଚାଲିଛି ମହିଳା ବିରୋଧୀ ହିଂସା । ଗତ ୧୪ ମାସରେ ବିଭିନ୍ନ ଥାନାରେ ରୁଜୁ ହେଲାଣି ୩୭ ହଜାର ୬୧୧ ଟି ମାମଲା । ସେଥି ମଧ୍ଯରୁ ୯୧୮୧ ଅସଦାଚରଣ, ୨୯୩୩ ଟି ଦୁଷ୍କର୍ମ, ୧୨୭୮ ଟି ଯୌନ ନିର୍ଯାତନା ଓ ୫୪୬୪ ଟି ଯୌତୁକ ନିର୍ଯାତନା ଭଳି ମାମଲା ରୁଜୁ ହୋଇଛି। ସେହିପରି ଦେଢ ବର୍ଷରେ ୪୫୪୪ ଜଣ ମହିଳା ଦୁଷ୍କର୍ମରେ ଶିକାର ହୋଇଛନ୍ତି। ୩୮୦୫ ଜଣ ପୁରୁଷ, ୫୭ ଜଣ ମହିଳା ଗିରଫ ହୋଇଥିବା ବେଳେ, ୩୯୪ ଜଣ ଦଣ୍ଡିତ ହୋଇଛନ୍ତି। ନାରୀ ନିର୍ଯାତନା ନେଇ କଂଗ୍ରେସ ଓ ବିଜେଡି ବିଧାନସଭାରେ ପ୍ରଶ୍ନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉତ୍ତର ରଖିଥିଲେ ।

ଆହୁରି ମଧ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ସୂଚନା ଅନୁଯାୟୀ, ୨୦୨୪ ମସିହାରେ ଓଡ଼ିଶାରେ ୨,୧୪,୧୧୩ ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଥିଲା । ଯାହା ୨୦୨୩ ମସିହାରେ ୧,୯୯,୯୫୪ ଥିଲା। ମାର୍ଚ୍ଚ ୨୦୨୫ରେ ସେୟାର କରାଯାଇଥିବା ନିର୍ଦ୍ଦିଷ୍ଟ ସଂଖ୍ୟାରେ ୨୦୨୪ରେ ୧୨୫୮ଟି ହତ୍ୟା, ୩୫୬ଟି ଡକାୟତି, ୧୭୮୦୫ଟି ଚୋରି, ୨୫୧୦ଟି ସାଇବର ଅପରାଧ ଏବଂ ମହିଳାଙ୍କ ବିରୁଦ୍ଧରେ ୧୮୩୯ ଟି ସାର୍ବଜନୀନ ଅସଦାଚରଣ ମାମଲା ଅନ୍ତର୍ଭୁକ୍ତ।

ସେପଟେ ଏହାକୁ ନେଇ ଶାସକ ଦଳକୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ । ବିଗତ ଦିନରେ ଓଡି଼ଶା ଏକ ଶାନ୍ତିପ୍ରିୟ ରାଜ୍ୟ ଥିଲା, ବର୍ତମାନ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଏବେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଛି। ଅପରାଧ ଆଶାତୀତ ଭାବରେ ବୃଦ୍ଧି ପାଉଛି । ଓଡି଼ଶାକୁ ପ୍ରଗତିଶୀଳ କରିବା ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିବା ବିଜେପିର ଡବଲ ଇଞ୍ଜିନ ସରକାର ଓଡ଼ିଶା କୁ ଏବେ ଅପରାଧ ଯୁକ୍ତ ରାଜ୍ୟରେ ପରିଣତ କରିଥିବା କଂଗ୍ରେସ ବିଧାୟକ ପବିତ୍ର ସାଉଁଟା କହିଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer