ଦେବଗଡ ୩୦/୯ – ଆଜି ୩୦ ତାରିଖ (ମଙ୍ଗଳବାର) ଦୁର୍ଗାପୂଜା ଅବସରରେ ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଜାଗୃତି କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ପାଞ୍ଚ ଦିବସୀୟ ଫୁଟବଲ ମ୍ୟାଚ୍ ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦେବଗଡ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଆଚାର୍ଯ୍ୟ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ପୁରୁଣାପାଣି ଓ କୁଚିଣ୍ଡା ମଧ୍ୟରେ ଖେଳାଯାଇଥିଲା ।
ଉକ୍ତ ମ୍ୟାଚରେ କୁଚିଣ୍ଡା ୨, ୧ ଗୋଲ ରେ ବିଜୟ ଲାଭ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଶ୍ରୀ ଆଚାର୍ଯ୍ୟଙ୍କ ସମେତ ବହୁସଂଖ୍ୟାରେ ଦର୍ଶକ ସମସ୍ତ ଫୁଟବଲ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା ୪ ତାରିଖ ଦିନ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।



