Explore

Search
Close this search box.

Search

April 17, 2026 3:41 pm

ରାଜ୍ୟରେ ନିଲାମ ହେବ ୪୯ ଟି ଖଣି, ଚାଲିଛି ପ୍ରସ୍ତୁତି, ଚୂଡାନ୍ତ ନିଷ୍ପତ୍ତି କୁ ଅପେକ୍ଷା।

ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାରେ ୪୯ଟି ଖଣି ନିଲାମ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, ଦେବଗଡ ଜିଲ୍ଲାର ଆଡସ – ରାମପାଲି ସୁନାଖଣି ମଧ୍ୟ ଏଥିରେ ସାମିଲ ଅଛି । ସରକାରୀ ସ୍ତରରେ ଏହି ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କେବଳ ଚୂଡାନ୍ତ ନିଷ୍ପତ୍ତି କୁ ଅପେକ୍ଷା ।

ଦେବଗଡ ୨୪/୧୨ – ଭାରତର “ଖଣିଜ କେନ୍ଦ୍ର” ଭାବେ ପରିଚିତ ଓଡ଼ିଶାରେ ଖଣି ଏବଂ ବୃହତ ଖଣି ବ୍ଲକଗୁଡ଼ିକର ନିଲାମ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ରାଜ୍ୟ ଖଣିଜ ସମ୍ପଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଖଣି ଏବଂ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ (DOMG) ପକ୍ଷରୁ ମୋଟ ୪୯ଟି ଖଣି ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଆଡସ ପଞ୍ଚାୟତର ଆଡସ – ରାମପାଲି ଅଞ୍ଚଳକୁ ଖଣି ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳରେ Geological Survey of India ପକ୍ଷରୁ ହୋଇଥିବା G 2 ସର୍ଭେ ଅନୁଯାୟୀ Copper, Nickel,Gold ଏବଂ Silver ଗଚ୍ଛିତ ଥିବା ସନ୍ଧାନ ମିଳିଛି ।

ରାଜ୍ୟରେ ସନ୍ଧାନ ମିଳିଥିବା ଏହି ୪୯ ଟି ଖଣିଗୁଡ଼ିକୁ ନେଇ ଆସନ୍ତା ଜାନୁଆରୀ ୩ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।
ଲୁହାପଥର, କୋଇଲା, ବକ୍ସାଇଟ୍, କ୍ରୋମାଇଟ୍ ଓ ମାଙ୍ଗାନିଜ ଭଳି ମୂଲ୍ୟବାନ ଖଣିଜ ପଦାର୍ଥରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ। ବିଭାଗୀୟ ସୂଚନା ଅନୁଯାୟୀ, ରାଜ୍ୟ ଖଣି ଏବଂ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ DOMG, OMC, GSI ଓ MECL ଦ୍ୱାରା ଅନୁସନ୍ଧାନ କରାଯାଇଥିବା ଖଣିଜ ବ୍ଲକଗୁଡ଼ିକୁ ବାର୍ଷିକ ନିଲାମ କ୍ୟାଲେଣ୍ଡରରେ ସାମିଲ କରିବା ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି।
ଆସନ୍ତା ୩ ତାରିଖରେ ଇସ୍ପାତ ଏବଂ ଖଣିଜ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ଖଣି ନିଲାମ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ।

ଜିଲ୍ଲାଭିତ୍ତିକ ଖଣି ନିଲାମ ପ୍ରସ୍ତାବ ବିଭାଗୀୟ ସୂଚନା ଅନୁଯାୟୀ :
କେନ୍ଦୁଝର: ୧୬ଟି, ସୁନ୍ଦରଗଡ଼: ୧୨ଟି, ରାୟଗଡ଼ା: ୫ଟି, ମୟୂରଭଞ୍ଜ: ୫ଟି କଳାହାଣ୍ଡି: ୪ଟି ବଲାଙ୍ଗୀର: ୩ଟି, ନୟାଗଡ଼: ୧ଟି, ମାଲକାନଗିରି: ୧ଟି, ସମ୍ବଲପୁର: ୧ଟି, ଦେବଗଡ଼: ୧ଟି ଓ ବରଗଡ଼: ୧ଟି ଖଣି ଚିହ୍ନଟ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସରକାର ୧୦ଟି ଖଣିଜ ବ୍ଲକର ଅନଲାଇନ୍ ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ସେଥିରେ ୭ଟି ଲୁହାପଥର ବ୍ଲକ ଓ ୩ଟି ଲୁହାପଥର–ମାଙ୍ଗାନିଜ ବ୍ଲକ ସାମିଲ ଥିଲା ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer