Explore

Search
Close this search box.

Search

April 17, 2026 6:33 pm

୩୫ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଇକୋର୍ଷା ଖୋର୍ଦ୍ଧା କୁ ପରାସ୍ତ କରି ଏ. ଏସ. ଏକାଡେମୀ ରାଉରକେଲା ଫାଇନାଲ କୁ ପ୍ରବେଶ ।

୩୫ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଇକୋର୍ଷା ଖୋର୍ଦ୍ଧା କୁ ପରାସ୍ତ କରି ଏ. ଏସ. ଏକାଡେମୀ ରାଉରକେଲା ଫାଇନାଲ କୁ ପ୍ରବେଶ ।

ଦେବଗଡ଼ ୨୪/୧୨  –  ସ୍ଥାନୀୟ ଇନ୍ଦିରାଗାନ୍ଧି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୫ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଗ୍ରୁପ୍ ଏ ର ପ୍ରଥମ ସେମି ଫାଇନାଲ ମ୍ୟାଚ ଏ. ଏସ . ଏକାଡେମୀ ରାଉରକେଲା ବନାମ ଇକୋର୍ଷ। ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିକାର ମ୍ୟାଚ୍ ରେ ଇକୋର୍ଷା ଖୋର୍ଦ୍ଧା କୁ ୪୪ ରନ୍ ରେ ପରାସ୍ତ କରି ରାଉଲକେଲା ଦଳ ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଛି। ରାଉଲକେଲା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ ରେ ୯ ୱିକେଟ୍ ହରାଇ ୨୦୩ ରନ୍ କରିଥିଲା । ଦଳ ପକ୍ଷରୁ ଜୈକାନ୍ତ କାଇୱାର୍ଥ ୪୭ , ଶୁଭମ୍ ରାଉତରାୟ ୩୦ ଓ ବିକାଶ ଦୀକ୍ଷିତ ୩୦ ରନ କରିଥିବା ବେଳେ ଖୋର୍ଦ୍ଧା ଦଳର ଜୟନ୍ତ ବେହେରା ୫ ଓ କୌଶଳ ୨ ଟି ଲେଖାଏଁ ୱିକେଟ ନେଇଥିଲେ। ଏହାର ଜବାବ ରେ ଖୋର୍ଦ୍ଧା ଦଳ ବ୍ୟାଟିଂ ଆରମ୍ଭ କରି ୨୦ ଓଭର ରେ ସମସ୍ତ ଉଇକେଟ ହରାଇ ୧୬୦ ରନ କରି ପରାଜୟ ହୋଇଥିଲେ । ଦଳ ପକ୍ଷରୁ ଆଦିତ୍ୟ ରାଉତ ୪୦ ଓ ଏମ ପାଣ୍ଡେ ୪୦ ରନ୍ ସଂଗ୍ରହ କରିଥିଲା ବେଳେ ରାଉଲକେଲା ଦଳର ବିକାଶ ଦୀକ୍ଷିତ ୪ ଓ ରୌଶନ୍ ୨ ଟି ଉଇକେଟ ନେଇଥିଲେ । ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ବେଣୁଧର ଗଡନାଏକ ଓ ଦିଲୁ ଦସଭାୟା ଧାରାବିବରଣି ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ରାଉଲକେଲା ଦଳର ବିକାଶ ଦୀକ୍ଷିତ ଙ୍କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । ଆଜି ଖେଳ କୁ ବରିଷ୍ଠ କ୍ରୀଡ଼ାବିତ ହେମନ୍ତ କୁମାର ମହାପାତ୍ର, ମନୋଜ ଶତପଥୀ ଓ ଓକିଲ ଦିଲୀପ କୁମାର ଗୁରୁ ଅତିଥି ଭାବେ ଯୋଗ ଦେଇ ଖେଳାଳି ଙ୍କ ସହିତ କରମର୍ଦ୍ଧନ କରିବା ସହ ଉଦଘାଟନ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବାରକୋଟ ବ୍ଳକ ଅଧକ୍ଷା ପୁଷ୍ପାଞ୍ଜଳି ପାତ୍ର , ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ଓ ଓକିଲ ତନୁ କୁମାର ପାତ୍ର ଅତିଥୀ ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

ବାମଣ୍ଡା କ୍ରିକେଟ କ୍ଲବର ଅଶୋକ କୁମାର ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଅନ୍ୟତମ ଉପ ସଭାପତି ସୁଜିତ କୁମାର ପ୍ରଧାନ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବର ସମସ୍ତ ସଦସ୍ୟ ଙ୍କ ସକ୍ରିୟ ସହଯୋଗ ରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଚିତ୍ତାକର୍ଷକ ମ୍ୟାଚ୍ କୁ ବହୁସଂଖ୍ୟାରେ ଦର୍ଶକ ଓ କ୍ରିକେଟ୍ ପ୍ରେମୀ ଉପଭୋଗ କରିଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer