ଦେବଗଡ ୨୯/୯ – ଦେବଗଡ ଜିଲ୍ଲା ଟାଇଁସର ପଞ୍ଚାୟତ ଅନ୍ତର୍ଗତ କୈଳାସ ଫୂଟବଲ କମିଟି ତରଫରୁ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ୧୮ତମ ଦ୍ଵିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ମୋଟ ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ସାହୁ ଏଫ ସି ଗୁଦୁରାପଦା ଯୋଗେ ମା ତାରିଣୀ ଏଫ ସି କଣ୍ଟାପାଲି ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି ।
ଏହି ମ୍ୟାଚର ରେଫରୀ ଭାବେ ସୁଜିତ ବାରିକ ,ରାଜୀବ ନାଏକ ,ତନ୍ମୟ କିଶାନ ଏବଂ ରାଜେଶ ଜୟପୁରୀୟା ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜକ ଅନୁଷ୍ଠାନର ସଭାପତି ସହଦେବ ସାହୁ ଏବଂ ସମ୍ପାଦକ ସୁବିତ ସାହୁ ତତ୍ୱାବଧାନରେ ଆଜି ସନ୍ଧ୍ୟାରେ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ସହିତ ୨୩ ହଜାର ଟଙ୍କା ଏବଂ ଉପବିଜେତା ଦଳକୁ ଟ୍ରଫି ସହିତ ୧୮ ହଜାର ଟଙ୍କା ଅର୍ଥ ରାଶି ପୁରସ୍କାର ପ୍ରଦାନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ବରିଷ୍ଟ ସଦସ୍ୟ ପ୍ରଶାନ୍ତ କୁମାର ପ୍ରଧାନ ପବିତ୍ର ମୋହନ ବେହେରା ଏବ॰ ବାରକୋଟ ବ୍ଲକ ବିଜେଡି ସଭାପତି କୁତାର୍ଥ ସାହୁ , ମଞ୍ଚାସିନ ରହି ଖେଳାଳି ଏବଂ ଆୟୋଜକ ଅନୁଷ୍ଠାନକୁ ଉତ୍ସାହିତ କରିଥିଲେ ।



