Explore

Search
Close this search box.

Search

April 23, 2026 4:09 pm

ଦେବଗଡ : ତିଲେଇବଣି ଗ୍ରାମରେ TPWODL ର ‘ଉଲା ମଡେଲ ରୁପଟପ୍ ସୋଲାର ପ୍ୟାନେଲ୍’ ଉଦଘାଟିତ ।

ଦେବଗଡ଼ ଜିଲ୍ଲାପାଳଙ୍କ ଦ୍ୱାରା ତିଲେଇବଣି ଗ୍ରାମରେ TPWODL ର ‘ଉଲା ମଡେଲ-ରୁପଟପ୍ ସୋଲାର ପ୍ୟାନେଲ୍’ ଉଦଘାଟିତ । ଜିଲ୍ଲାରେ ସବୁଜ ଶକ୍ତି ଉପଲବ୍ଧତା ହାସଲ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହି ପଦକ୍ଷେପ ମାଧ୍ୟମରେ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ସେମାନଙ୍କର ମାସିକ ବିଦ୍ୟୁତ୍ ବିଲ୍ ହ୍ରାସ କରିପାରିବେ ।

ଦେବଗଡ଼ ୨୦/୧ – ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ (TPWODL) ପକ୍ଷରୁ ‘ଉଲା ମଡେଲ୍ୟୁଟିଲିଟି ଲେଡ୍ ଏଗ୍ରିଗେସନ୍ ମଡେଲ୍’ ଅଧିନରେ ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ତିଲେଇବଣି ଗ୍ରାମରେ ଏକ କିଲୋୱାଟ୍ ରୁପଟପ୍ ସୋଲାର ପ୍ୟାନେଲ୍ ସ୍ଥାପନ କରାଯାଇଅଛି ।
ତାରାଦତ୍ତ ନାୟକଙ୍କ ଛାତ ଉପରେ ସ୍ଥାପନ ହୋଇଥିବା ଏହି ଏକ କିଲୋୱାଟ୍ ରୁପଟପ୍ ସୋଲାର ପ୍ୟାନେଲକୁ ଦେବଗଡ଼ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଆଜି (ସୋମବାର) ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ସୌର ପ୍ୟାନେଲ ମାତ୍ର ୫ ହଜାର ୬୨୨ ଟଙ୍କା ମୂଲ୍ୟରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଶ୍ରୀ ନାୟକଙ୍କ ଛାତଉପରେ ସ୍ଥାପନ କରାଯାଇଅଛି ।

ଏହି ଉଦଘାଟନୀ ଉତ୍ସବରେ ଅନ୍ୟାନ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ଶ୍ରୀ ପରକ୍ଷିତ ସାହୁ ଯୋଗ ଦେଇଥିବା ବେଳେ ଟିପିଡବ୍ଲୁଓଡିଏଲର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ଦେବଗଡ଼ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ଯେ, ଜିଲ୍ଲାରେ ସବୁଜ ଶକ୍ତି ଉପଲବ୍ଧତା ହାସଲ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହି ପଦକ୍ଷେପ ମାଧ୍ୟମରେ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ସେମାନଙ୍କର ମାସିକ ବିଦ୍ୟୁତ୍ ବିଲ୍ ହ୍ରାସ କରିପାରିବେ । ତେବେ ଏହି ଯୁଗାନ୍ତକାରୀ ପ୍ରକଳ୍ପର ପରିକଳ୍ପାନା ଏବଂ ଏହାକୁ ସଠିକ୍ ରୂପେ କାର୍ଯ୍ଯକାରୀ କରାଇଥିବାରୁ ଜିଲ୍ଲାପାଳ ଶ୍ରୀ ସାହୁ ଟିପିଡବ୍ଲୁଓଡିଏଲକୁ ଭୂରୀ ପ୍ରଶଂସା କରିଥିଲେ ।

ପ୍ରକଶାଥାଉକି, କେବଳ ଏକ କିଲୋୱାଟ୍ ବିଦ୍ୟୁତ୍ ସଂଯୋଗ ଚୁକ୍ତି କରିଥିବା ପଶ୍ଚିମ ଓଡ଼ିଶାର ଜଣେ ବିଦ୍ୟୁତ୍ ଉପଭେକ୍ତା ଏହି ‘ଉଲା ମେଡଲ’ ଯୋଜନା ଅଧିନରେ ମାତ୍ର ୧୮୭୫ ଟଙ୍କା ଏବଂ ସୋଲାର ମିଟର୍ ବାବଦକୁ ୩ ହାଜର ୭୪୭ ଟଙ୍କା ସର୍ବମୋଟ୍ ୫ ହଜାର ୬୨୨ ଟଙ୍କା ବିନିମୟରେ ନିଜ ଘର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିପାରିବେ ।

ବିଦ୍ୟୁତ୍ ଉପଭୋକ୍ତାମାନେ ଏହି ଯୋଜନା ଅଧିନରେ ସୋଲର ପ୍ୟାନେଲ ସ୍ଥାପନ କରିବା ପାଇଁ ବିଦ୍ୟୁତ୍ ବିତରକ କମ୍ପାନୀକୁ ଏକ ସ୍ୱାକ୍ଷରିତ ସମ୍ମତି ପତ୍ର ପ୍ରଦାନ କରିବେ, ଯାହା ଫଳରେ ବିଦ୍ୟୁତ୍ ବିତରକ କମ୍ପାନୀ ସମ୍ପୂର୍ଣ୍ଣ ଯନ୍ତ୍ରପାତି ପ୍ରଥମେ ଗ୍ରାହକଙ୍କ ଛାତ ଉପରେ ସ୍ଥାପନ କରି ଭାରତର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୫୫ ହଜାର ଟଙ୍କା (ଭାରତ ସରକାରଙ୍କ ରିହାତି ୩୦ ହାଜର ଏବଂ ରାଜ୍ୟ ସରକାରଙ୍କ ରିହାତି ୨୫ ହଜାର) ଗ୍ରାହକଙ୍କ ତରଫରୁ ପ୍ରାପ୍ତ କରିବେ ।

ଏହି ସୋଲର ସିଷ୍ଟମ୍ ଲଗାଇ ଗ୍ରାହକ ହାରହାରି ମାସକୁ ୧୦୦ ୟୁନିଟ୍ ବିଜୁଳି ଉତ୍ପାଦନ କରିବା ସହ ବର୍ଷରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲରୁ ବଞ୍ଚାଇ ପାରିବେ । ଏହି ଯୋଜନା ଦେଶରେ ପ୍ରଚଳିତ ପିଏମ୍ ସୂର୍ଯ୍ୟଘର ମୁପ୍ତ ବିଜୁଳି ଯୋଜନାର ଏକ ଅଂଶ । ଏହା କେବଳ ଏକ କିଲୋୱାଟ୍ ଚୁକ୍ତି କରିଥିବା ବିଦ୍ୟୁତ୍ ଘରୋଇ ଗ୍ରାହକଙ୍କ ପାଇଁ ଏକ କିଲୋୱାଟ୍ ସୋଲାର ସିଷ୍ଟମ ପାଇଁ ପ୍ରଯୁଜ୍ୟ ଅଟେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer