🔍

MMDR ଆଇନ ପ୍ରତ୍ୟାହାର ନହେଲେ ଅର୍ଥନୈତିକ ଅବରୋଧ କରିବ ବିଜେଡି

ଏମଏମଡିଆର ଆଇନ ସଂଶୋଧନ ପ୍ରସଙ୍ଗ । ଖଣି ମାଲିକଙ୍କୁ ଫାଇଦା ଦେବା ପାଇଁ ଏମଏମଡିଆର ଆଇନ ସଂଶୋଧନ କରାଯାଇଛି । ଏହି ଆଇନ ମାଧ୍ୟମରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟର ଅଧିକାର ଛଡାଇ ନିଆଯାଇଛି । ଏମ୍ଏମଡିଆର ଆଇନ ପ୍ରତ୍ୟାହାର ନ ହେଲେ ଅର୍ଥନୈତିକ ଅବରୋଧ କରିବ ବିଜେଡି । ଏଭଳି କଡା ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଡ଼ ଅରୁଣ କୁମାର ସାହୁ ।

ଭୁବନେଶ୍ୱର ୧୭/୯ : ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଷ୍ଟାଚାର ଭୁଲି ଯାଇଛନ୍ତି ବୋଲି ଅରୁଣ କହିଛନ୍ତି । ଏମଏମଡିଆର ଆଇନ ସଂଶୋଧନ ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦେଇଥିବା ଚିଠିର ଉତ୍ତର ଏପର୍ଯ୍ୟନ୍ତ ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛି ବିଜେଡି । ରାଜ୍ୟର ସ୍ୱାର୍ଥ କ୍ଷୁର୍ଣ୍ଣ କରୁଥିବା ଏମଏମଡିଆର ଆଇନ ସଂଶୋଧନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ବିଜେଡି ବିଧାୟକ ଡ଼ ଅରୁଣ କୁମାର ସାହୁ ସରକାରଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ।

ରାଜ୍ୟର ଅଧିକାର ଛଡାଇ ନିଆଗଲା, କିନ୍ତୁ ରାଜ୍ୟ ବିଜେପି ସରକାରଙ୍କ ସ୍ୱାଭିମାନ ଜାଗ୍ରତ ହେଉନାହିଁ । ରାଜ୍ୟ ସ୍ୱାବଲମ୍ୱୀ ହେବା ପାଇଁ ପ୍ରକୃତି ଦେଇଥିବା ସମ୍ୱଳ ଆଉ ଆମ ହାତରେ ରହିବ ନାହିଁ । ତେଣୁ ଏମଏମଡିଆର ଆଇନ ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡି ଦାବି କରୁଛି । ଏହାକୁ ପ୍ରତ୍ୟାହାର ନ କଲେ ବିଜେଡି ତରଫରୁ ରାଜ୍ୟରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେଡିି ବିଧାୟକ ଅରୁଣ ସାହୁ ।

deogarhsamachar
Author: deogarhsamachar

Leave a Comment

शहर चुनें