🔍

TRAI ର ନୂଆଁ ନିୟମ : ଏଣିକି ୨୮ ଦିନ ନୁହେଁ, ୩୦ ଦିନ ! ମୋବାଇଲ ରିଚାର୍ଜରେ ବଡ଼ ପରିବର୍ତ୍ତନ।

ମୋବାଇଲ ରିଚାର୍ଜରେ ଗ୍ରାହକଙ୍କୁ ଆଶ୍ୱସ୍ତି, TRAI ଆଣିଲା ନୂଆ ନିୟମ ।ଏହି ନିୟମ ଫଳରେ ଏବେ ଗ୍ରାହକମାନଙ୍କୁ ବର୍ଷକୁ ୧୩ ଥର ବଦଳରେ କେବଳ ୧୨ ଥର ହିଁ ରିଚାର୍ଜ କରିବାକୁ ପଡ଼ିବ।

ନୂଆଦିଲ୍ଲୀ, ୨୭/୯: ଦେଶର କୋଟି କୋଟି ମୋବାଇଲ ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର। ଟେଲିକମ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି TRAI ପକ୍ଷରୁ ଟେଲିକମ କଞ୍ଜ୍ୟୁମର ପ୍ରୋଟେକ୍ସନ ନିୟମରେ ସଂଶୋଧନ କରାଯାଇଛି।

ନୂଆ ବ୍ୟବସ୍ଥା ଅନୁଯାୟୀ, ଟେଲିକମ କମ୍ପାନୀମାନଙ୍କୁ ୩୦ ଦିନିଆ ବୈଧତା ଥିବା ରିଚାର୍ଜ ପ୍ଲାନ ଉପଲବ୍ଧ କରାଇବାକୁ ପଡ଼ିବ। ଏହା ସହିତ ବିନା ଡାଟାରେ କେବଳ Voice ଓ SMS ପାଇଁ ଶସ୍ତା ପ୍ଲାନ ମଧ୍ୟ ଦେବାକୁ ହେବ। ଏପର୍ଯ୍ୟନ୍ତ ଅନେକ ୨୮ ଦିନିଆ ପ୍ଲାନ ଯୋଗୁଁ ଗ୍ରାହକଙ୍କୁ ବର୍ଷରେ ପ୍ରାୟ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଥିଲା। ୩୦ ଦିନିଆ ପ୍ଲାନ ଉପଲବ୍ଧ ହେଲେ ବର୍ଷକୁ ୧୨ ଥର ରିଚାର୍ଜ କରିବାର ବିକଳ୍ପ ମିଳିବ।
ଏହା ବିଶେଷ କରି ଫିଚର ଫୋନ ବ୍ୟବହାରକାରୀ, ବରିଷ୍ଠ ନାଗରିକ ଏବଂ ଯେଉଁମାନଙ୍କୁ ଡାଟାର ଆବଶ୍ୟକତା କମ୍‌, ସେମାନଙ୍କ ପାଇଁ ଉପଯୋଗୀ ହୋଇପାରେ। ଦ୍ୱିତୀୟ SIM କେବଳ OTP, କଲ୍‌ କିମ୍ବା ଅନ୍ୟ ଆବଶ୍ୟକତା ପାଇଁ ରଖୁଥିବା ଗ୍ରାହକମାନେ ମଧ୍ୟ ଏଥିରୁ ଲାଭ ପାଇପାରନ୍ତି। ୨୮ ଦିନିଆ ରିଚାର୍ଜ ବଦଳରେ ୩୦ ଦିନିଆ ବୈଧତା ନେଇ ସଂସଦରେ ମଧ୍ୟ ପୂର୍ବରୁ ପ୍ରଶ୍ନ ଉଠିଥିଲା। ରାଜ୍ୟସଭା ସାଂସଦ ରାଘବ ଚଢା ଏହି ପ୍ରସଙ୍ଗ ଉଠାଇ ଗ୍ରାହକଙ୍କ ଉପରେ ଅତିରିକ୍ତ ରିଚାର୍ଜ ଭାର କମାଇବାକୁ ଦାବି କରିଥିଲେ।

ଏବେ ନୂଆ ନିୟମ ଅନୁଯାୟୀ Jio, Airtel, BSNL ଓ Vi ଭଳି ଟେଲିକମ କମ୍ପାନୀମାନଙ୍କୁ ଏହି ବର୍ଗର ପ୍ଲାନ ଉପଲବ୍ଧ କରାଇବାକୁ ହେବ। ଫଳରେ ଡାଟା ଦରକାର ନଥିବା ଗ୍ରାହକଙ୍କ ପାଇଁ ମୋବାଇଲ ଖର୍ଚ୍ଚ କମାଇବାର ବିକଳ୍ପ ସୃଷ୍ଟି ହେବ।

deogarhsamachar
Author: deogarhsamachar

Leave a Comment

शहर चुनें