🔍

ଦେବଗଡ : ୩୬ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

୩୬ତମ ବାମଣ୍ଡା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଡିସେମ୍ବର ଶେଷ ସପ୍ତାହରେ ଆୟୋଜନ ହେବ ଟୁର୍ଣ୍ଣାମେଣ୍ଟ, ନୂତନ କର୍ମକର୍ତ୍ତା ଚୟନ।

ଦେବଗଡ଼, ୫/୧୧: ଓଡ଼ିଶାର ଅନ୍ୟତମ ସମ୍ମାନଜନକ କ୍ରିକେଟ୍ ପ୍ରତିଯୋଗିତା ଭାବେ ପରିଚିତ ବାମଣ୍ଡା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୩୬ତମ ଟୁର୍ଣ୍ଣାମେଣ୍ଟର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ବାମଣ୍ଡା କ୍ରିକେଟ କ୍ଲବ୍ ସଭାପତି ପ୍ରଣବ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ୩୬ତମ ବାମଣ୍ଡା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ବର ମାସର ଶେଷ ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ବୈଠକରେ ସର୍ବମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।
ସମ୍ପାଦକ ସତ୍ୟନାରାୟଣ ପାଣି ଓ ଉପସଭାପତି ସୁଜିତ କୁମାର ପ୍ରଧାନ ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ସବିଶେଷ ବିବରଣୀ ରଖିଥିଲେ। ଉପସଭାପତି ଅଶୋକ ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ମୋତିଲାଲ ଶର୍ମା ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ।

ଏହି ଅବସରରେ କ୍ଲବ୍‌ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତା ଭାବେ ସଭାପତି ପ୍ରଣବ କୁମାର ପ୍ରଧାନ, ଉପସଭାପତି ଅଶୋକ ନନ୍ଦ ଓ ସୁଜିତ କୁମାର ପ୍ରଧାନ, ସମ୍ପାଦକ ସତ୍ୟନାରାୟଣ ପାଣି, କୋଷାଧ୍ୟକ୍ଷ ମୋତିଲାଲ ଶର୍ମା ଏବଂ ସହକୋଷାଧ୍ୟକ୍ଷ ଭାବେ ଅଶୋକ ଅଗ୍ରୱାଲ ମନୋନୀତ ହୋଇଥିଲେ। ସେହିପରି ଉପଦେଷ୍ଟା ଭାବେ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ନବୀନ କୁମାର ପାଣିଙ୍କୁ ଚୟନ କରାଯାଇଥିଲା।

ବୈଠକରେ ପ୍ରଫୁଲ୍ଲ ନାୟକ, ଦିଲୀପ ବେହେରା, ବସନ୍ତ ବେହେରା, ସନ୍ତୋଷ ଦେବତା, ବେଣୁଧର ଗଡ଼ନାୟକ, ରାଘବ ମହାରଣା, ବିଦ୍ୟାଧର ମହାପାତ୍ର, ସୁଶୀଲ ନାୟକ, ହରେକୃଷ୍ଣ ସାହୁ, ଅଜିତ ମୋଦୀ, ବିଶ୍ୱେଶ୍ୱର ଦ୍ୱିବେଦୀ, ଦୁର୍ଯ୍ୟୋଧନ ବିଶ୍ୱାଳ, ପଲଉ ଦେହୁରୀ, ରମଣୀ ଆଚାର୍ଯ୍ୟ, ମନୋଜ ମହାପାତ୍ର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ପ୍ରବୀଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

deogarhsamachar
Author: deogarhsamachar

Leave a Comment

शहर चुनें