🔍

ଓଡ଼ିଶାର ୬୦୧ କଲେଜରେ ମିଳିବ ମାଗଣା Wi-Fi, ୩୯୩.୬୨ କୋଟି ଟଙ୍କାର ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ।

ଓଡ଼ିଶାର ୬୦୧ କଲେଜରେ ମିଳିବ ମାଗଣା Wi-Fi, ପ୍ରତିଦିନ ଛାତ୍ରଛାତ୍ରୀ ପାଇବେ ୧ GB ମାଗଣା ଇଣ୍ଟରନେଟ୍, ୩୯୩.୬୨ କୋଟି ଟଙ୍କାର ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ।

ଭୁବନେଶ୍ୱର ୧୦/୧୧: ରାଜ୍ୟର କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଏଣିକି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ହାଇସ୍ପିଡ୍ Wi-Fi ସୁବିଧା। ଏଥିପାଇଁ ରାଜ୍ୟ ସରକାର ‘ଓଡ଼ିଶା ଶିକ୍ଷାନେଟ୍’ ନାମକ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୯ ତାରିଖରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି। ଏଥିପାଇଁ ମୋଟ ୩୯୩.୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ରାଜ୍ୟର ମୋଟ ୬୦୧ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଏହି ସୁବିଧା ଉପଲବ୍ଧ କରାଯିବ। ଏହାଦ୍ୱାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି।
ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ଫାଇଦା ସହରାଞ୍ଚଳର ଛାତ୍ରଛାତ୍ରୀଙ୍କ ତୁଳନାରେ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନେଟ୍ ସୁବିଧା ଏକ ବଡ଼ ସମସ୍ୟା ହୋଇଥାଏ। ବିଶେଷକରି ଆର୍ଥିକ ଦୁର୍ବଳ ପରିବାରର ପିଲାମାନେ ମୋବାଇଲ୍ ଡାଟା ଖର୍ଚ୍ଚ କରି ଅନଲାଇନ୍ ପାଠପଢ଼ା କରିବାରେ ଅସୁବିଧା ଭୋଗିଥାନ୍ତି। ଏଭଳି ସ୍ଥିତିରେ କଲେଜ ପରିସରରେ ମାଗଣା Wi-Fi ସୁବିଧା ମିଳିଲେ ସେମାନେ ଉପକୃତ ହୋଇପାରିବେ।
ତେବେ ସରକାର ଯୋଜନା ଘୋଷଣା କରିଛନ୍ତି ସତ, ହେଲେ ଏହା କେବେଠାରୁ ସମସ୍ତ ୬୦୧ଟି କଲେଜରେ ଉପଲବ୍ଧ ହେବ? ଗ୍ରାମାଞ୍ଚଳ କଲେଜ ଗୁଡ଼ିକରେ ଇଣ୍ଟରନେଟ୍‌ର ଗତି କେତେ ରହିବ? ଏବଂ ଛାତ୍ରଛାତ୍ରୀମାନେ କିପରି ନିଜର ପରିଚୟ ଯାଞ୍ଚ କରି ଏହି ସୁବିଧା ପାଇବେ? ଏସବୁ ବିଷୟରେ ବିସ୍ତୃତ କାର୍ଯ୍ୟପଦ୍ଧତି ଜାଣିବାକୁ ସମସ୍ତଙ୍କ ଅପେକ୍ଷା।

deogarhsamachar
Author: deogarhsamachar

Leave a Comment

शहर चुनें