ପ୍ରେମିକା ଘରେ ପଶିଥିବା ବେଳେ ପ୍ରେମିକକୁ ନିର୍ମମ ହତ୍ୟା । ପିଟିପିଟି ରକ୍ତାକ୍ତ କରିଦେବା ପରେ ପେଟ୍ରୋଲ ଢାଳି ଜାଳିଦେଲେ ପରିବାର ଲୋକେ, ୩ ଅଟକ ।
ଦେବଗଡ଼ ୧୭/୯ : ଦେବଗଡ ଜିଲ୍ଲା ରିଆମାଳ ଥାନା ରିଆମାଳ ସଦର ମହକୁମାରେ ପ୍ରେମିକା ଘରେ ପଶିଥିବା ଯୁବକ ଙ୍କୁ ପରିବାର ଲୋକେ ପିଟିପିଟି ରକ୍ତାକ୍ତ କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ନିର୍ମମ ହତ୍ୟା କରିଥିବ ବା ଅଭିଯୋଗ ହୋଇଛି । ରିଆମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରିବା ସହିତ ପ୍ରେମିକା ଓ ତାଙ୍କ ପିତାମାତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମୃତ ପ୍ରେମିକ ହେଉଛନ୍ତି ବାବରାକୋଟ ଗାଁର ୨୮ ବର୍ଷୀୟ ଯୁବକ ସିଲୁ ରାୟ ।

ସିଲୁ ନିୟମିତ ମଦ ପିଇ ପ୍ରେମିକାଙ୍କ ଘରେ ପଶି ବାରମ୍ବାର ଝଗଡ଼ା କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାଙ୍କ ପରିବାର ଲୋକ ପ୍ରଥମେ ପିଟିପିଟି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିଦେଲେ । ସ୍ଥାନୀୟ ଲୋକ ନିଆଁ ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ ।
ଘଟଣା ସ୍ଥଳରେ ରିଆମାଳ ପୁଲିସ ପହଞ୍ଚି ପ୍ରେମିକା ଓ ତାଙ୍କ ପିତାମାତା ୩ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ତଦନ୍ତ ପରେ ଘଟଣାର ବାସ୍ତବ ଚିତ୍ର ଲୋକଲୋଚନକୁ ଆସିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।









