ଇଣ୍ଡିଗୋ ଯାତ୍ରୀଙ୍କୁ ଝଟକା! ବଢିଲା ଅତିରିକ୍ତ ସେବା ଶୁଳ୍କ । ତେଣୁ ଆପଣ ଯଦି ଇଣ୍ଡିଗୋରେ ଯାତ୍ରା କରୁଛନ୍ତି, ଟିକେଟ୍ ବୁକିଂ ପୂର୍ବରୁ ଏହି ଅତିରିକ୍ତ ଶୁଳ୍କଗୁଡିକ ଉପରେ ନଜର ରଖନ୍ତୁ।
ନୂଆଦିଲ୍ଲୀ ୧୭/୯ : ବିମାନ ଯାତ୍ରା କରୁଥିବା ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ କିଛି ଅତିରିକ୍ତ ସେବାର ଶୁଳ୍କ ବଢାଇ ଦିଆଯାଇଛି।
ବିଶେଷକରି ଅତିରିକ୍ତ ଲଗେଜ୍, ୨ ବର୍ଷରୁ କମ୍ ଶିଶୁ, ଏକାକୀ ଯାତ୍ରା କରୁଥିବା ନାବାଳକ ଏବଂ ‘ଫାଷ୍ଟ ଫରୱାର୍ଡ’ ସେବା ପାଇଁ ନୂଆ ଶୁଳ୍କ ଲାଗୁ ହୋଇଛି। ଅତିରିକ୍ତ ଲଗେଜ୍ ପାଇଁ ଅଧିକ ଖର୍ଚ୍ଚ । ଏଣିକି ଅତିରିକ୍ତ ଲଗେଜ୍ ପାଇଁ ପ୍ରତି କିଲୋଗ୍ରାମ୍ରେ ୭୦୦ ଟଙ୍କା ବଦଳରେ ୮୦୦ ଟଙ୍କା ଦେବାକୁ ପଡିବ। ଅର୍ଥାତ୍ ପ୍ରତି କିଲୋଗ୍ରାମ୍ରେ ଯାତ୍ରୀଙ୍କ ଉପରେ ୧୦୦ ଟଙ୍କା ଅତିରିକ୍ତ ବୋଝ ପଡିବ।
୨ ବର୍ଷରୁ କମ୍ ଶିଶୁଙ୍କ ଭଡ଼ା ବଢିଲା :
ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଯାତ୍ରା ଶୁଳ୍କ ୨,୦୦୦ ଟଙ୍କାରୁ ବଢି ୩,୦୦୦ ଟଙ୍କା ହୋଇଛି। ଏହି ବୟସର ଶିଶୁଙ୍କୁ ସାଧାରଣତଃ ଅଲଗା ସିଟ୍ ମିଳେ ନାହିଁ। ତଥାପି ସେମାନଙ୍କ ପାଇଁ ଟିକେଟ୍ ବୁକିଂ ଆବଶ୍ୟକ ହୋଇଥାଏ।
ଏକାକୀ ଯାତ୍ରା କରୁଥିବା ପିଲାଙ୍କ ପାଇଁ ବଢିଲା ଶୁଳ୍କ :
ବିନା ବୟସ୍କଙ୍କ ସହ ଯାତ୍ରା କରୁଥିବା ୫ରୁ ୧୨ ବର୍ଷର ପିଲାଙ୍କ ପାଇଁ ମଧ୍ୟ ଶୁଳ୍କ ବଢିଛି।
ଘରୋଇ ଉଡାଣ: ₹୫,୦୦୦ → ₹୫,୯୯୯
ଅନ୍ତର୍ଜାତୀୟ ଉଡାଣ: ₹୧୨,୯୯୯
‘ଫାଷ୍ଟ ଫରୱାର୍ଡ’ ସେବା ମଧ୍ୟ ମହଙ୍ଗା :
ଇଣ୍ଡିଗୋର ‘ଫାଷ୍ଟ ଫରୱାର୍ଡ’ ସେବାର ମୂଲ୍ୟ ମଧ୍ୟ ବଢିଛି। ଏହି ସେବା ମାଧ୍ୟମରେ ଯାତ୍ରୀଙ୍କୁ ପ୍ରାୟୋରିଟି ଚେକ୍-ଇନ୍ ଏବଂ ବୋର୍ଡିଂ ସୁବିଧା ମିଳିଥାଏ।
ଘରୋଇ ଉଡାଣ: ₹୫୦୦ → ₹୬୫୦
ଅନ୍ତର୍ଜାତୀୟ ଉଡାଣ: ₹୮୫୦ ପ୍ରତି ସେକ୍ଟର
ଯାତ୍ରୀଙ୍କ ଉପରେ କ’ଣ ପ୍ରଭାବ ପଡିବ?
ବିମାନ ଟିକେଟ୍ ମୂଲ୍ୟ ବ୍ୟତୀତ ଏହି ଅତିରିକ୍ତ ସେବାଗୁଡିକ ନେଉଥିବା ଯାତ୍ରୀଙ୍କୁ ଏଣିକି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ଇଣ୍ଡିଗୋ ପକ୍ଷରୁ ଏହାକୁ ଅତିରିକ୍ତ ସେବାର ଶୁଳ୍କ ସମୀକ୍ଷା ପ୍ରକ୍ରିୟାର ଅଂଶ ବୋଲି କୁହାଯାଇଛି।









