🔍

ଅକ୍ଟୋବର ୧ ରୁ SBI ର ନୂଆଁ ନିୟମ । ଗ୍ରାହକଙ୍କୁ ଦେବାକୁ ପଡିପାରେ ଅଧିକା ଶୁଳ୍କ !

SBI ଗ୍ରାହକ ସାବଧାନ ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିପାରେ ଏକ୍ସର୍ଟା ଚାର୍ଜ ।

ନୂଆଁଦିଲ୍ଲୀ ୨୯/୯ :  ଆସନ୍ତା ଅକ୍ଟୋବର ୧ ତାରିଖରୁ ଏଟିଏମ କାରବାର ଓ ଟଙ୍କା ଉଠାଣ ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି ଏସବିଆଇ (SBI)। ବିଶେଷ କରି ସାଲେରୀ ଆକାଉଣ୍ଟ ଏବଂ ବିଏସବିଡି ଆକାଉଣ୍ଟଧାରୀଙ୍କ ପାଇଁ ଏହି ନିୟମ ଲାଗୁହେବ। ମାଗଣା କାରବାର ସୀମା କମିବା ସହ ବଢ଼ିବ ଅତିରିକ୍ତ ଶୁଳ୍କ। ସାଲାରୀ ପ୍ୟାକେଜ ଆକାଉଣ୍ଟଧାରୀଙ୍କ ଲାଗି ଏବେ ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ମହଙ୍ଗା ସାବ୍ୟସ୍ତ ହେବ। ପୂର୍ୱରୁ ଅନ୍ୟ ବ୍ୟାଙ୍କ ଏଟିଏମରୁ ମାସକୁ ୧୦ଟି ମାଗଣା ଟ୍ରାଞ୍ଜାକସନ ମିଳୁଥିବା ବେଳେ, ଏବେ ଏହି ସୀମାକୁ ୫କୁ ହ୍ରାସ କରାଯାଇଛି। ଏହି ୫ଟି ମାଗଣା କାରବାର ମଧ୍ୟରେ ଟଙ୍କା ଉଠାଣ ସହିତ ବାଲାନ୍ସ ଚେକ ଏବଂ ମିନି ଷ୍ଟେଟମେଣ୍ଟ ଭଳି ନନ-ଫାଇନାନସିଆଲ କାରବାର ମଧ୍ୟ ଅନ୍ତର୍ଭୁକ୍ତ। ଟଙ୍କା ଉଠାଣ: ୨୩ ଟଙ୍କା + ଜିଏସଟି (GST) ପ୍ରତି କାରବାର ବାଲାନ୍ସ ଚେକ / ମିନି ଷ୍ଟେଟମେଣ୍ଟ: ୧୧ ଟଙ୍କା + ଜିଏସଟି (GST)।

ତେବେ ଏସବିଆଇ ନିଜ ଏଟିଏମ ବ୍ୟବହାର କ୍ଷେତ୍ରରେ ପୂର୍ୱ ନିୟମ ବଳବତ୍ତର ରଖିଛି। ସେହିପରି ଜିରୋ ବାଲାନ୍ସ ବା ବିଏସବିଡି ଆକାଉଣ୍ଟଧାରୀଙ୍କ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହୋଇଛି। ପ୍ରତି ମାସରେ ପ୍ରଥମ ୪ଟି କ୍ୟାଶ ଉଠାଣ ସମ୍ପୂର୍ଣ୍ଣ ମାଗଣା ରହିବ। ମାତ୍ର ୫ମ କାରବାରରୁ ପ୍ରତି ଉଠାଣ ଉପରେ ୧୫ ଟଙ୍କା ସହ ଜିଏସଟି ଶୁଳ୍କ ଲାଗୁ କରାଯିବ। ଏହାସହ ବିଏସବିଡି ଆକାଉଣ୍ଟଧାରୀ ଅନ୍ୟ କୌଣସି ସାଧାରଣ ସେଭିଂସ ଖାତା ରଖିପାରିବେ ନାହିଁ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି।

deogarhsamachar
Author: deogarhsamachar

Leave a Comment

शहर चुनें