🔍

ଆସନ୍ତା କାଲି ୮ ତାରିଖ ‘ଓଡ଼ିଶା ବନ୍ଦ’ ଡାକରା ଦେଇଛି ଇଣ୍ଡିଆ ମେଣ୍ଟ ।

ଆସନ୍ତାକାଲି ୮ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡିଆ ମେଣ୍ଟ । SIR ସହ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା, MMDR ଆଇନ, ପାଠ୍ୟପୁସ୍ତକ ତ୍ରୁଟି ଓ ବନ୍ୟା ସହାୟତା ପ୍ରସଙ୍ଗରେ ରାଜ୍ୟବ୍ୟାପୀ ପ୍ରତିବାଦର ଆହ୍ୱାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରତିବାଦରେ ସାମିଲ ହେବା ପାଇଁ ବିଜେଡିକୁ ଇଣ୍ଡିଆ ମେଣ୍ଟ ଖୋଲା ନିମନ୍ତ୍ରଣ କରିଛି ।

ଭୁବନେଶ୍ୱର ୭/୧୦ : MMDR-୨୦୨୬ ସଂଶୋଧନ, SIR, ପାଠ୍ୟପୁସ୍ତକ ତ୍ରୁଟି ଓ ବନ୍ୟା ସହାୟତା ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ୮ ଅକ୍ଟୋବର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦେଇଛନ୍ତି । ଆଉ ଏହି ବନ୍ଦରେ ବିଜେଡି ସାମିଲ ହେଲେ ସ୍ୱାଗତ କରାଯିବ ବୋଲି ଇଣ୍ଡିଆ ମେଣ୍ଟ ଖୋଲାଖୋଲି ଭାବେ କହିଛି ଅର୍ଥାତ୍‌, ରାଜନୈତିକ ମତପାର୍ଥକ୍ୟକୁ ପଛରେ ରଖି ରାଜ୍ୟ ସ୍ୱାର୍ଥର ପ୍ରସଙ୍ଗରେ ବିଜେଡିକୁ ଏକ ମଞ୍ଚକୁ ଆସିବା ପାଇଁ ଆହ୍ୱାନ ଦେଇଛି ଇଣ୍ଡିଆ ବ୍ଲକ । ଗୋଟିଏ ପଟେ ବନ୍ଦ ଦାବି ଓ ପ୍ରସଙ୍ଗକୁ ନେଇ ଇଣ୍ଡିଆ ମେଣ୍ଟ ଏକାଠି ହୋଇଥିବା ବେଳେ, ଅପରପକ୍ଷରେ ବିଜେଡି ଏହି ଆହ୍ୱାନକୁ କିଭଳି ଗ୍ରହଣ କରିବ, ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।

ଆସନ୍ତା କାଲି ୮ ତାରିଖ ୧୨ ଘଣ୍ଟିଆ ବନ୍ଦ ସମୟରେ ବସ୍, ଟ୍ରକ୍, ଅଟୋ ସମେତ ସାଧାରଣ ପରିବହନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଦାଲତ, ବଜାର, ଦୋକାନ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି । ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାକୁ ବନ୍ଦ ପରିସରରୁ ବାଦ ଦିଆଯିବ । ଏଥିସହ ସ୍କୁଲ ପିଲାଙ୍କ ପରୀକ୍ଷାକୁ ଏହି ବନ୍ଦରୁ ବାଦ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ଇଣ୍ଡିଆ ମେଣ୍ଟ ।

ଇଣ୍ଡିଆ ବ୍ଲକ ରାଜ୍ୟର ସମସ୍ତ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦଳ, ଶ୍ରମିକ କୃଷକ ସଂଗଠନ, ଛାତ୍ର-ଯୁବ ସଂଗଠନ, ଓକିଲ ସଂଘ, ବ୍ୟବସାୟୀ ସମୁଦାୟ ଓ ସାଧାରଣ ଜନତାଙ୍କୁ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରି ଗଣତାନ୍ତ୍ରିକ ପ୍ରତିବାଦକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଜଣାଇଛି ।

deogarhsamachar
Author: deogarhsamachar

Leave a Comment

शहर चुनें