🔍

ଦେବଗଡ: ଗ୍ରାହକ ସେବାରେ ଅବହେଳା ପାଇଁ ଖାଉଟି ଅଦାଲତରେ ଦଣ୍ଡିତ ହେଲା ଓଲା କମ୍ପାନୀ ।

ଗ୍ରାହକଙ୍କୁ ସେବା ଯୋଗାଇବାରେ ଅବହେଳା କାରଣରୁ ଓଲା ଇଲେକଟ୍ରିକ ସ୍କୁଟର କମ୍ପାନୀ ଦେବଗଡ ଖାଉଟି ଅଦାଲତରେ ଦଣ୍ଡିତ । ଗ୍ରାହକଙ୍କୁ ନୂଆଁ ଇ – ସ୍କୁଟର ଦେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ ।

ଦେବଗଡ ୫/୧୦ : ଗ୍ରାହକ ସେବାରେ ଅବହେଳା ପାଇଁ ଖାଉଟି ଅଦାଲତରେ ଦଣ୍ଡିତ ହେଲା ଓଲା ଇଲେକ୍ଟ୍ରିକ ସ୍କୁଟର କମ୍ପାନୀ । ସୂଚନାଯୋଗ୍ୟ ଯେ, ଦେବଗଡ ପୌରାଞ୍ଚଳ ନିବାସୀ ସଂଯୁକ୍ତା ପୃଷ୍ଟି ସ୍ୱାମୀ ଜୟନ୍ତ ପୃଷ୍ଟି ଗତ ୩୦/୪/୨୦୨୩ ମସିହାରେ ରାଉରକେଲା ସ୍ଥିତ ଓଲା ଏକ୍ସପେରିଏନ୍ସ ସେଣ୍ଟର ମା ଭଗବତୀ କମ୍ପ୍ଲେକ୍ସ ପାନପୋଷ ରଘୁନାଥପାଲି ସୋରୁମ୍ ରୁ ନଗଦ ୧, ୪୨, ୭୪୦ ଟଙ୍କା ଦେଇ ଏକ ଇଲେକ୍ଟ୍ରିକ ସ୍କୁଟର କିଣିଥିଲେ । ଏହି ସ୍କୁଟର ଟି ୱାରେଣ୍ଟି ଅବଧି ଥିବା ସମୟରେ ଅର୍ଥାତ୍ ଗତ ୨୩/୧୨/୨୦୨୩ ମସିହାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଖରାପ ହୋଇଯାଇଥିଲା । ଗ୍ରାହକ ଜଣକ ସୋରୁମ ଯାଇ ଏସଂକ୍ରାନ୍ତରେ ଅଭିଯୋଗ କରିବା ପରେ ସୋରୁମ କତ୍ତୃପକ୍ଷ ତାଙ୍କୁ ସ୍କୁଟର ମରାମତି ପାଇଁ ୪,୧୨୯ ଟଙ୍କା ମାଗିଥିଲେ । ଗ୍ରାହକ ସେହି ମରାମତି ପ୍ରାପ୍ୟ କମ୍ପାନୀ ଡିଲର୍ ଙ୍କ ପାଖରେ ଜମା କରିଥିଲେ । କିନ୍ତୁ ସଂପୃକ୍ତ କତ୍ତୃପକ୍ଷ ମରାମତି ନକରି ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ଆଳ ଦେଖାଇ ଗ୍ରାହକଙ୍କୁ ଠକି ଚାଲିଥିଲେ । ଶେଷରେ ଗ୍ରାହକ ଶ୍ରୀମତୀ ପୃଷ୍ଟି ଏସଂକ୍ରାନ୍ତରେ ଗତ ୨/୨/୨୦୨୪ ମସିହାରେ ଦେବଗଡ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଥିଲେ ।

ଖାଉଟି ଅଦାଲତ ଅଧ୍ୟକ୍ଷ ଶ୍ରୀଯୁକ୍ତ ୟୁ. ଏନ. ପୁରୋହିତ ଏବଂ ସଭ୍ୟ ପି. କେ. ନାୟକ ଆଜି (୩/୧୦/୨୦୨୬) ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ମାନ୍ୟବର କୋର୍ଟ ତାଙ୍କ ରାୟରେ ଓଲା କମ୍ପାନୀ କତ୍ତୃପକ୍ଷଙ୍କୁ ଗ୍ରାହକ ସେବାରେ ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ କରି ଅର୍ଥାଦଣ୍ଡରେ ଦଣ୍ଡିତ କରିଛନ୍ତି ।ଏହି କ୍ରମରେ ଓଲା କମ୍ପାନୀ ଗ୍ରାହକଙ୍କୁ ନୂଆଁ ଇ ସ୍କୁଟର ଦେବା କିମ୍ବା ଏହା ଦେଇନପାରିଲେ ସ୍କୁଟର ର ସଂପୂର୍ଣ୍ଣ ଅର୍ଥରାଶି ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କାର୍ଯ୍ୟରେ ଅବହେଳା ତଥା ଗ୍ରାହକଙ୍କୁ ହଇରାଣ ଓ ମାନସିକ ନିର୍ଯ୍ୟାତନା ଦେବା ବାବଦକୁ ୨୦,୦୦୦ ଟଙ୍କା ଅର୍ଥ ଦଣ୍ଡାଦେଶ ଦେଇଛନ୍ତି । ଏତଦବ୍ୟତୀତ ମୋକଦ୍ଦମା ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ଅଧିକ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । କମ୍ପାନୀ ପ୍ରତିପକ୍ଷ ଓକିଲ ଭାବେ ଟିକେଶ୍ୱର ଧଳ ଏହି କେସଟି ପରିଚାଳନା କରୁଥିଲେ ।

deogarhsamachar
Author: deogarhsamachar

Leave a Comment

शहर चुनें