🔍

ଆସନ୍ତା ନଭେମ୍ବରରେ ହେବ ଏସଆଇ (Odisha Police SI) ପରୀକ୍ଷା !

ଆସନ୍ତା ନଭେମ୍ବରରେ ହେବ ଏସଆଇ (Odisha Police SI Exam) ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଓୟୁଏସଏସସି ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ।

ଭୁବନେଶ୍ୱର ୫/୧୦ : ଆସନ୍ତା ନଭେମ୍ବର ମାସରେ ହେବ Odisha Police SI ପରୀକ୍ଷା। ଏନେଇ ସୁଚନା ଦେଇଛନ୍ତି ଓୟୁଏସଏସସି ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ସେ କହିଛନ୍ତି ଯେ, ଏସଆଇ ପରୀକ୍ଷା ଲାଗି ଆସନ୍ତା ସପ୍ତାହ ଭିତରେ ନୋଟିଫିକେସନ ବାହାରିବ । ଆଶାୟୀଙ୍କ ଆବେଦନ ପତ୍ରର ପୁନଃ ଯାଞ୍ଚ ପାଇଁ ଖୋଲିବ ୱେବସାଇଟ । ଆଶାୟୀ ନିଜର ଆବେଦନ ପତ୍ରର ଯାଞ୍ଚ କରି ସାରିବା ପରେ ଖୁବଶୀଘ୍ର ପରୀକ୍ଷାର ଆଡମିଟ କାର୍ଡ ପଠାଯିବ । ନଭେମ୍ବର ମାସରେ ପରୀକ୍ଷା ହୋଇ ଡିସେମ୍ବର ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସରିବ । ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଲିଖିତ ପରେ ଶାରୀରିକ ପରୀକ୍ଷା ସହିତ ପ୍ରକାଶ ପାଇବ ସଟ ଲିଷ୍ଟ ତାଲିକା । ପୂର୍ବରୁ ପ୍ରକାଶ ପାଇଥିବା ନୋଟିଫିସନରେ ହିଁ ପରୀକ୍ଷା କରାଯିବ । ଓୟୁଏସଏସସି ପକ୍ଷରୁ ପରୀକ୍ଷାକୁ ଅନଲାଇନ ନୁହେଁ ବରଂ ଓଏମଆର ସିଟ ଜରିଆରେ କରାଯିବ । ଏଥର ଆଉ ଥାର୍ଡ ପାର୍ଟି ନୁହେଁ ସିଧାସଳଖ କମିଶନ ପରୀକ୍ଷା କରାଇବେ ଏବଂ ଏହା ଅବାଧ ଓ ସ୍ୱଚ୍ଛତା ଭିତ୍ତିରେ ହେବ ବୋଲି କମିଶନ ସୂଚନା ଦେଇଛନ୍ତି ।

Odisha Police SI Exam ର ପ୍ରାର୍ଥୀମାନେ ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବର ଓ ଇମେଲକୁ ଆସିବାକୁ ଥିବା ଓଟିପି ଜରିଆରେ ନିଜର ତଥ୍ୟ ବା କ୍ରେଡେନ୍ସିଆଲକୁ ରିଭାଲିଡେଟ୍  କରିବେ। ଏହି ତଥ୍ୟ ଯାଞ୍ଚ  କରିବା ପରେ ପରୀକ୍ଷାର୍ଥୀମାନଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ। ପୂର୍ବ ନୋଟିଫିକେସନରେ ଥିବା ସମସ୍ତ ନିୟମ, ସର୍ତ୍ତାବଳୀ ଓ ସିଲାବସ୍ ଅନୁସାରେ ହିଁ ଏହି ପରୀକ୍ଷା ପରିଚାଳନା କରିବାକୁ ଶତପ୍ରତିଶତ ଚେଷ୍ଟା କରାଯାଉଛି ବୋଲି ସ୍ପଷ୍ଟ କରାଯାଇଛି।

deogarhsamachar
Author: deogarhsamachar

Leave a Comment

शहर चुनें