🔍

କ୍ୟାପଟେନଙ୍କ ଅଦମ୍ୟ ସାହାସ ଯୋଗୁଁ ଅଳ୍ପକେ ବଞ୍ଚିଗଲେ 174 ବିମାନଯାତ୍ରୀ ।

ମଝି ଆକାଶରେ ଯେଉଁଭଳି ଭାବେ ଛୁରାମାଡ ଖାଇ ରକ୍ତରଞ୍ଜିତ ହୋଇ 170ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ, ତାଙ୍କ ଅଦମ୍ୟ ସାହାସକୁ ଦେଖିଲା ସାରା ବିଶ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବ୍ରେଞ୍ଜମିନ୍‌ ନେତନ୍ୟାହୁ, ସୋସିଆଲ ମିଡିଆଠୁ ନେଇ ବିଶ୍ବନେତା ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ରିୟଲ ହିରୋ ସ୍ମିତ ମଚ୍ଛର’ । 

ନୂଆଦିଲ୍ଲୀ 1/10 : ଗତକାଲି(ବୁଧବାର) ଦୁବାଇରୁ ତେଲ ଅଭିଭ୍‌ ଅଭିମୁଖେ ବାହାରିଥିଲା ଫ୍ଲାଏ ଦୁବାଇର ବିମାନ FZ-1073 । ହଠାତ୍‌ ମଝି ଆକାଶରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ବିମାନଟି ପାଖାପାଖି 34 ହଜାର ଫୁଟ୍‌ ଉଚ୍ଚତାରେ ଥିବା ବେଳେ କକ୍‌ପିଟ ଭିତରେ ଅଚାନକ ହଟଚମଟ ଦେଖିବାକୁ ମିଳିଥିଲା । କ୍ୟାପଟେନ ସ୍ମିତଙ୍କ କୋ-ପାଇଲଟ, ଯିଏକି ଓମାନ ନାଗରିକ ଅଟନ୍ତି (ଅଧିକାରୀଙ୍କ ସୂଚନା ଅନୁସାରେ)ସେ ଅଚାନକ ବିମାନର କଣ୍ଟ୍ରୋଲ ସିଷ୍ଟମ ନିଜ ହାତକୁ ନେବାକୁ ଚେଷ୍ଟା କରିଥିଲେ, ବିମାନଟିକୁ ଦ୍ରୁତ ଗତିରେ ତଳକୁ ନେବାକୁ ଚେଷ୍ଟା କରିଥିଲେ । ହେଲେ କୋ-ପାଇଲଟର ହୀନ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଇନଥିଲେ ଭାରତୀୟ କ୍ୟାପଟେନ । ଏହାକୁ ନେଇ ଦୁଇ ପାଇଲଟଙ୍କ ମଧ୍ୟରେ ବଚସା ହୋଇ ମାରପିଟ୍‌ ହୋଇଥିଲା । ଏପରିକି କୋ-ପାଇଲଟ ସ୍ମିତଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ବହୁତ ରକ୍ତସ୍ରାବ ହୋଇଥିଲା । ଏହାପରେ ମଧ୍ୟ ସାହାସ ଦେଖାଇଥିଲେ ପାଇଲଟ, କୋ-ପାଇଲଟ ହାତକୁ ବିମାନର କଣ୍ଟ୍ରୋଲ ନେବାକୁ ଦେଇନଥିଲେ । ଏହାରି ଭିତରେ ବିମାନଟି 14000 ଫୁଟରୁ 17000 ଫୁଟ ମଧ୍ୟରେ ତଳକୁ ଖସି ଆସିଥିଲା । ରକ୍ତାକ୍ତ ଅବସ୍ଥାରେ କ୍ୟାପଟେନ କକପିଟ୍‌ର ଗେଟ୍‌ ଖୋଲି ଅନ୍ୟ ଯାତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ । ସେଠାରେ ଥିବା ଯାତ୍ରୀ ଅନ୍ୟ ଦୁଇ ପାଇଲଟ ଆକ୍ରମଣକାରୀରୁ ଧରି ନେଇଥିଲେ । ଏହାପରେ ବିମାନକୁ ସୁରକ୍ଷିତ ଭାବେ ସାଉଦି ଆରବର ଅବଦୁଲ୍ଲା ଅଜିଜ ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରିଥିଲେ ।
କ୍ୟାପଟେନ ସ୍ମିତ ମଚ୍ଛର ମଝି ଆକାଶରେ ବଞ୍ଚାଇଥିଲେ ବିମାନରେ ଥିବା 174 ଯାତ୍ରୀଙ୍କ ଜୀବନ । ତାଙ୍କର ଏହି ଅଦମ୍ୟ ସାହାସ ପାଇଁ ସାରା ଦୁନିଆ ଆଜି ତାଙ୍କୁ ହିରୋର ଆଖ୍ୟା ଦେଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବ୍ରେଞ୍ଜାମିନ୍‌ ନେତନ୍ୟାହୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସାହାସକୁ ସଲାମ କରିଛନ୍ତି ।

କ୍ୟାପଟେନ ସ୍ମିତ ମଚ୍ଛର ଜଣେ ଏୟାର ଲାଇନ କ୍ୟାପଟେନ ଅଟନ୍ତି । ବୋଇଙ୍ଗ 737 ଚଲାଇବାରେ 13 ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ଲାଇନ ଟ୍ରେନିଂ କ୍ୟାପଟେନ ଭାବେ ଅନେକ ବର୍ଷ ଧରି କାମ କରିଛନ୍ତି । ତାଙ୍କ ଲିଙ୍କଡଇନ୍‌ ପ୍ରୋଫାଇଲ ଅନୁସାରେ, କ୍ୟାପଟେନ ସ୍ମିତ ବୋଇଙ୍ଗ 737-800 ଓ ବୋଇଙ୍ଗ 737 MAX 8/9ରେ ପାଖାପାଖି 9,750 ବିମାନ ଉଡାଣର ଅଭିଜ୍ଞତା ରଖିଛନ୍ତି ।

deogarhsamachar
Author: deogarhsamachar

Leave a Comment

शहर चुनें