ଭୋଟ ଚୋରି ପ୍ରସଙ୍ଗକୁ ନେଇ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ଆନ୍ଦୋଳନ ଆହୁରି ତୀବ୍ରତର କରିବାକୁ ପ୍ରସ୍ତୁତି ଆରମ୍ଭ । ଆନ୍ଦୋଳନରେ ସାମିଲ ହେବାକୁ ଓଡ଼ିଶା ନେତାଙ୍କୁ ଆସିଲା ଡାକରା ।
ଭୁବନେଶ୍ୱର ୧୧/୧୦ : ଭୋଟ ଚୋରି ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଦିନକୁଦିନ ତୀବ୍ରତର ହେବାରେ ଲାଗିଛି । ଗତ ୧୦ ତାରିଖ ଦିନ ଦିଲ୍ଲୀ ଜନ୍ତରମନ୍ତର ଠାରେ ସିଜେପି ଓ ଇଣ୍ଡିଆ ମେଣ୍ଟ ର ଆନ୍ଦୋଳନ ଚାଲିଥିବା ବେଳେ, ବିରୋଧୀ ଇଣ୍ଡିଆ ମେଣ୍ଟ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ମର୍ମରେ ଆନ୍ଦୋଳନରେ ସାମିଲ ହେବାକୁ ଓଡ଼ିଶା କଂଗ୍ରେସ୍ ନେତାଙ୍କୁ ହାଇକମାଣ୍ଡଙ୍କ ଡାକରା ଆସିଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ ଏବଂ ଜନ୍ତରମନ୍ତରରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଜାତୀୟ ରାଜନୀତି ତେଜିଥିବା ବେଳେ, ଏହି ଲଢ଼େଇରେ ସାମିଲ ହେବେ ଓଡ଼ିଶାର କଂଗ୍ରେସ ନେତା । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କଠାରୁ ଆରମ୍ଭ କରି ପୂର୍ବତନ ପିସିସି ସଭାପତି, ବିଧାୟକ ଓ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକରା ଦେଇଛନ୍ତି ହାଇକମାଣ୍ଡ ।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଣତନ୍ତ୍ର ଓ ଭୋଟରଙ୍କ ଅଧିକାର ପାଇଁ ଲଢ଼େଇରେ ସାଥ୍ ଦେବାକୁ ଆହ୍ୱାନ ଦେଇଛନ୍ତି ଭକ୍ତ ଦାସ । ଅସୁସ୍ଥତା ସତ୍ତ୍ୱେ ଆନ୍ଦୋଳନରୁ ପଛକୁ ହଟିବେ ନାହିଁ ବୋଲି କହିବା ସହ ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ବିରୋଧରେ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ସେପଟେ, ଜୟଦେବ ଜେନା ଓ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତ କରୁଛନ୍ତି ।
ଦିଲ୍ଲୀରେ ଭୋଟ ଚୋରି ପ୍ରସଙ୍ଗକୁ ନେଇ କଂଗ୍ରେସର ଲଢ଼େଇ ଜାରିଥିବା ବେଳେ, ଓଡ଼ିଶାରେ ବିଜେପି ସରକାର ବିରୋଧରେ ମଧ୍ୟ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ଆହ୍ୱାନକ୍ରମେ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶା କଂଗ୍ରେସର ବହୁ ବରିଷ୍ଠ ନେତା । ଜନ୍ତରମନ୍ତରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରତିବାଦ କରିବ କଂଗ୍ରେସ । ଆସନ୍ତାକାଲି ଦିଲ୍ଲୀରେ ବଡ଼ ଆନ୍ଦୋଳନ କରିବାକୁ ସଜବାଜ ହୋଇଛି କଂଗ୍ରେସ । ଅନ୍ୟପଟେ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗକୁ ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ବିରୋଧୀ ଦଳଙ୍କ ପ୍ରତିବାଦ । ଦିଲ୍ଲୀରୁ ଓଡ଼ିଶା, ଗଣତନ୍ତ୍ରର ସୁରକ୍ଷା ପ୍ରସଙ୍ଗରେ ରାଜନୈତିକ ଲଢ଼େଇ ଏବେ ତୀବ୍ର ହେବାର ଲାଗିଛି।










