🔍

“ଡବଲ ଇଞ୍ଜିନ ସରକାରରେ ସମସ୍ତେ ହଇରାଣ ହେଉଛନ୍ତି” – ବିଜେଡି ସଭାପତି ନବୀନ ପଟନାୟକ।

ସବୁ କ୍ଷେତ୍ରରେ ଫେଲ ମାରିଛି ଡବଲ ଇଞ୍ଜିନ ସରକାର । ଏହି ସରକାରଙ୍କ ଅପାରଗତା ଯୋଗୁଁ ସବୁ ବର୍ଗର ଲୋକେ ହଇରାଣ ହେଉଛନ୍ତି । ଆଜି ଜନସଂପର୍କ ପଦଯାତ୍ରାରେ ରାଜ୍ୟ ସରକାରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ଭୁବନେଶ୍ୱର ୧୪/୧୦ : ଡବଲ ଇଞ୍ଜିନ ସରକାରରେ ଚାଷୀ, ମହିଳା, ମଧ୍ୟବିତ୍ତ, ଗରିବ ସମସ୍ତେ ହଇରାଣ । Gen-zଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର । କିନ୍ତୁ ସରକାର ନିଦା ବିଷ୍ଣୁ । ଡବଲ ଇଞ୍ଜିନ ସରକାର ଲୋକଙ୍କୁ ସୁଶାସନ ଦେବାରେ ବିଫଳ ହୋଇଛି । ଓଡ଼ିଶା ଆଜି ବିକାଶକ୍ଷେତ୍ରରେ ସବୁଠାରୁ ପଛୁଆ ହୋଇପଡିଛି ।ରାଜ୍ୟ ସରକାରରଙ୍କ ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରନ୍ତୁ । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଏହି ଆହ୍ୱାନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, “ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା । କିନ୍ତୁ ଏ ଡବଲ ଇଞ୍ଜିନ ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି । ଏ ସରକାର ଅମଳରେ ସମସ୍ତେ ହଇରାଣ । ଚାଷୀ ହଇରାଣ । ମହିଳା ହଇରାଣ । ବୁଢାବୁଢ଼ୀ ହଇରାଣ । ଗରିବ ଲୋକ ହଇରାଣ । ମଧ୍ୟବିତ୍ତ ମଧ୍ୟ ହଇରାଣ । Gen Zଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର । ଅତ୍ୟାବଶକ ଦ୍ରବ୍ୟର ଦରଦାମ ଅସହ୍ୟ ଭାବେ ବଢ଼ି ଚାଲିଛି । ଦରଦାମ ବୃଦ୍ଧି ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି । କିନ୍ତୁ ସରକାର ନିଦା ବିଷ୍ଣୁ । ଅପାରଗତାରେ ଓଡିଶା ସରକାର ସାରା ଦେଶରେ ନମ୍ବର ୱାନ ।” ତେଣୁ ଲୋକଙ୍କ ସହ ରହି ଏ ଅପାରଗ ସରକାରର ମୁଖା ଖୋଲି ଦେବାକୁ ନବୀନ ଦଳର କର୍ମୀଙ୍କୁ ଅନୁରୋଧ କରିଛନ୍ତି ।

deogarhsamachar
Author: deogarhsamachar

Leave a Comment

शहर चुनें