ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ପରେ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ରାଜ୍ୟପାଳ ବ୍ରଜ ମୋହନ ରାମ କହିଥିଲେ, ଝାଡ଼ଖଣ୍ଡ ପରି ଓଡ଼ିଶାରେ ମଧ୍ୟ ବିଜେପି ଏସସି ମୋର୍ଚ୍ଚା ପାଇଁ କାମ କରିବେ ଏବଂ ଓଡ଼ିଶାରେ ବିଜେପିର ଭୋଟ ବଢାଇବା ପାଇଁ କାମ କରିବେ । ତାସହିତ ସଙ୍ଗଠନ ସହିତ ଯୋଡି ହେବେ । ଏପରି ମନ୍ତବ୍ୟକୁ ନେଇ ଏବେ ଓଡ଼ିଶାରେ ଚର୍ଚ୍ଚା ।
ଭୁବନେଶ୍ୱର ୧୫/୯ : ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ବିବାଦ ଜାରି ରହିଛି । ରାଜ୍ୟରେ ବିଜେପି ସଂଗଠନକୁ ମଜବୁତ କରିବା ନେଇ ତାଙ୍କର ପୂର୍ବ ମନ୍ତବ୍ୟକୁ କେନ୍ଦ୍ର କରି ବିରୋଧୀ ବିଜେଡି ଓ କଂଗ୍ରେସ ଆପତ୍ତି ଉଠାଇଛନ୍ତି ।
ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ପରେ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ରାଜ୍ୟପାଳ ବ୍ରଜ ମୋହନ ରାମ କହିଥିଲେ, ଝାଡ଼ଖଣ୍ଡ ପରି ଓଡ଼ିଶାରେ ମଧ୍ୟ ବିଜେପି ଏସସି ମୋର୍ଚ୍ଚା ପାଇଁ କାମ କରିବେ ଏବଂ ଓଡ଼ିଶାରେ ବିଜେପିର ଭୋଟ ବଢାଇବା ପାଇଁ କାମ କରିବେ । ତାସହିତ ସଙ୍ଗଠନ ସହିତ ଯୋଡି ହେବେ । ଏପରି ମନ୍ତବ୍ୟକୁ ନେଇ ଏବେ ଓଡ଼ିଶାରେ ଚର୍ଚ୍ଚା ।
ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ବିବାଦ ଜାରି ରହିଛି । ରାଜ୍ୟରେ ବିଜେପି ସଂଗଠନକୁ ମଜବୁତ କରିବା ନେଇ ତାଙ୍କର ପୂର୍ବ ମନ୍ତବ୍ୟକୁ କେନ୍ଦ୍ର କରି ବିରୋଧୀ ବିଜେଡି ଓ କଂଗ୍ରେସ ଆପତ୍ତି ଉଠାଇଥିବା ବେଳେ ଏହା ଉପରେ ସଫେଇ ରଖିଛନ୍ତି ନବନିଯୁକ୍ତ ରାଜ୍ୟପାଳ । ସେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାମ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ରାଜ୍ୟପାଳଙ୍କ ପୂର୍ବ ମନ୍ତବ୍ୟ ଯଦି ଅସାବଧାନତା ବଶତଃ ତାଙ୍କ ପାଟିରୁ ବାହାରିଥାଏ, ତେବେ ଏହାକୁ ନେଇ ଅଯଥା ବିବାଦ କରିବା ଉଚିତ ନୁହେଁ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତ ଦେଇଛନ୍ତି।










