Asian Games 2026 : ଏସିଆନ୍ ଗେମ୍ସ 2026 ରେ ଆଜି ଅଷ୍ଟମ ଦିନ। ଭାରତ ସପ୍ତମ ଦିନରେ ସମୁଦାୟ 7ଟି ପଦକ ଜିତିଥିଲା, ଯେଉଁଠାରେ ଉଭୟ କବାଡି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଭାରତ ପାଖରେ ବର୍ତ୍ତମାନ 4ଟି ସ୍ୱର୍ଣ୍ଣ ସହିତ ସମୁଦାୟ 30ଟି ପଦକ ରହିଛି। ଏସୀୟ କ୍ରୀଡ଼ାର ଅଷ୍ଟମ ଦିନରେ ଭାରତୀୟ ଖେଳାଳିମାନେ 15ଟି ଖେଳରେ ଭାଗ ନେବେ। ଆଥଲେଟିକ୍ସ, ସ୍କ୍ୱାଶ୍ ଏବଂ ୱେଟ୍ଲିଫ୍ଟିଂ ସମେତ ଅନ୍ୟାନ୍ୟ ଖେଳରେ ଭାରତୀୟ ଆଥଲେଟ୍ମାନେ ପଦକ ପାଇଁ ନିଜର ଦାବିଦାରୀ ଉପସ୍ଥାପନ କରିବେ। ଭାରତ ଏପର୍ଯ୍ୟନ୍ତ 4ଟି ସ୍ୱର୍ଣ୍ଣ, 12ଟି ରୌପ୍ୟ ଏବଂ 14ଟି କାଂସ୍ୟ ପଦକ ଜିତିସାରିଛି। ଅଷ୍ଟମ ଦିନରେ ଆର୍ଚ୍ଚେରୀରେ ଅନେକ ପଦକ ଆସିପାରେ, ଯଦିଓ ପ୍ରଥମ ଦିନରେ ଭାରତୀୟ ଆର୍ଚ୍ଚରମାନଙ୍କ ପ୍ରଦର୍ଶନ ନିରାଶାଜନକ ଥିଲା।
Asian Games 2026 Update : ବ୍ୟାଡମିଣ୍ଟନରେ ହାରିଗଲେ ପିଭି ସିନ୍ଧୁ
ବ୍ୟାଡମିଣ୍ଟନରେ ଭାରତର ପିଭି ସିନ୍ଧୁଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଚୀନର ଚେନ୍ ତାଙ୍କୁ 21-11, 18-21, 10-21 ବ୍ୟବଧାନରେ ପରାସ୍ତ କରିଛନ୍ତି। ସିନ୍ଧୁ ପ୍ରଥମ ସେଟ୍କୁ ସହଜରେ ନିଜ ନାମରେ କରିଥିଲେ, କିନ୍ତୁ ଦ୍ୱିତୀୟ ସେଟ୍ରେ ସେ ଅଳ୍ପ ବ୍ୟବଧାନରେ ହାରିଯାଇଥିଲେ। ଅନ୍ୟପଟେ ତୃତୀୟ ସେଟ୍ରେ ଚୀନ୍ ଖେଳାଳି ସମ୍ପୂର୍ଣ୍ଣ ଭାବେ ତାଙ୍କ ଉପରେ ହାବି ରହିଥିଲେ। ସିନ୍ଧୁଙ୍କ ପରାଜୟ ସହ ହିଁ ବ୍ୟାଡମିଣ୍ଟଟନରେ ଭାରତର ପଦକ ଶେଷ ହୋଇଯାଇଛି।
Asian Games 2026 Update: ବକ୍ସିଂରେ ପଦକ ପକ୍କା କଲେ ଅଙ୍କୁଶ ପଙ୍ଘାଲ
ବକ୍ସିଂରେ ଅଙ୍କୁଶ ପଙ୍ଘାଲ ପୁରୁଷ ୮୦ କିଲୋଗ୍ରାମ ଭାରବର୍ଗର କ୍ୱାର୍ଟରଫାଇନାଲରେ ନେକ୍ରୁଜ୍ ସଲିମୋଭଙ୍କୁ ପରାସ୍ତ କରି ଭାରତ ପାଇଁ କାଂସ୍ୟ ପଦକ ପକ୍କା କରିଛନ୍ତି। ସେ ତାଜିକିସ୍ତାନର ନେକ୍ରୁଜ୍ ସଲିମୋଭଙ୍କୁ ୫-୦ ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।
Asian Games 2026 Update: ସେମିଫାଇନାଲରେ ଭାରତୀୟ ଆର୍ଚ୍ଚେରୀ ଦଳ
ଭାରତୀୟ ପୁରୁଷ ଏବଂ ମହିଳା କମ୍ପାଉଣ୍ଡ ଆର୍ଚ୍ଚେରୀ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ପାଇଁ ମ୍ୟାଚ୍ ବହୁତ କଷ୍ଟକର ଥିଲା, କିନ୍ତୁ ପୁରୁଷ ଦଳ ଭୁଟାନକୁ 235-232 ରେ ଏବଂ ମହିଳା ଦଳ କାଜାଖସ୍ତାନକୁ 233-230 ରେ ପରାସ୍ତ କରିଛନ୍ତି।









